www.samajalive.in
Sunday, December 7, 2025
26.1 C
Bhubaneswar

ଲାଦେର ପାଲି ଭାରତୀୟ ଖାଦ୍ୟ ନିଗମରେ ୩୦ତମ ମା’ ଗଜଲକ୍ଷ୍ମୀଙ୍କ ପୂଜା

ରେଙ୍ଗାଲିକ୍ୟାମ୍ପ  : କୋଭିଡ ନିୟମକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଭାବେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦେର ପାଲି ସ୍ଥିତ ଭାରତୀୟ ଖାଦ୍ୟ ନିଗମ ଠାରେ ମା’ ଗଜଲକ୍ଷ୍ମୀଙ୍କ ୩୦ତମ ପୂଜା ପାଳିତ ହେଉଅଛି। ଗତକାଲି ଗୋଧୂଳି ସମୟେ ଗାଁ ମହାଦେବ ମନ୍ଦିର ପୋଖରୀ ତୁଠରେ ପୂଜାର୍ଚ୍ଚନା ପୂର୍ବକ ବର୍ଦ୍ଧନୀ କଳସ ଘଣ୍ଟା ଶଙ୍ଖ ଅଣାଯାଇ ପୂଜା ମଣ୍ଡପ ସମୀପରେ ସ୍ଥାପନ କରି ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁବିଜ୍ଞ ପଣ୍ଡିତମାନଙ୍କ ଦ୍ଵାରା ବେଦ ପଠନ ପୂର୍ବକ ପାଞ୍ଚ ଦିନ ଧରି ହେବାକୁ ଥିବାବେଳେ ରବିବାର ଦିନ ପୂର୍ଣ୍ଣାହୁତି ସହ ବିସର୍ଜନ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।

ଏହି ଅବସରରେ କର୍ତ୍ତା ଦାୟିତ୍ୱରେ କୃଷ୍ଣ ଚନ୍ଦ୍ର ନାୟକ ଓ ଧର୍ମପତ୍ନୀ ସ୍ୱର୍ଣଳତା ନାୟକ ରହିଥିବା ବେଳେ ମୁଖ୍ୟ ପୂଜକ ପ୍ରଦୀପ୍ତ କୁମାର ମିଶ୍ର ଓ ସାଥି ସତିଶ ହୋତା,ଗୁରୁଚରଣ ଷଡ଼ଙ୍ଗୀ,ବାପି ଦାଶ ଏବଂ ଦେବେନ୍ଦ୍ର ମହାପାତ୍ର ପୂଜା କାର୍ଯ୍ୟ ତୁଲାଊଛନ୍ତି। ଖାଦ୍ୟ ନିଗମର ସୁପରଭାଇଜର ଦିଲିପ୍ କୁମାର ପାତ୍ର ପୂଜା ପରିଚାଳନା କରୁଥିବା ବେଳେ କମିଟିର ସମସ୍ତ କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories