www.samajalive.in
Monday, December 15, 2025
24.1 C
Bhubaneswar

ଓଡିଶାରେ ପ୍ରଥମ ଅନ୍‌ଏକାଡେମୀ ଷ୍ଟୋର୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଦେଶର ସର୍ବବୃହତ ଶିକ୍ଷା ପ୍ଲାଟ୍‌ଫର୍ମ ଅନ୍‌ଏକାଡେମି ପକ୍ଷରୁ ରାଜ୍ୟରେ ଏହାର ପ୍ରଥମ ଅନ୍‌ଏକାଡେମି ଷ୍ଟୋର୍‌କୁ ଭୁବନେଶ୍ୱରର ନୟାପଲ୍ଲୀ ଏକାମ୍ର ବିହାର ଉଦ୍‌ଘାଟନ କରାଯାଇଛି । ଏଠାରେ ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରତିଦ୍ୱନ୍ଦିତା ମୂଳକ ପରୀକ୍ଷା ବିଷୟରେ ଅତ୍ୟାଧୁନିକ ଏବଂ ଉନ୍ନତ ତାଲିମ ସମ୍ପର୍କରେ ସୂଚନା ପାଇପାରିବେ । ଏହି ଷ୍ଟୋରରେ ଶିକ୍ଷାର୍ଥୀମାନେ ନିଜ କ୍ୟାରିୟର ସହ ବିଭିନ୍ନ ପାଠ୍ୟକ୍ରମ ବିଷୟରେ ସଦ୍ୟତମ ତଥ୍ୟ ହାସଲ କରିପାରିବେ । ଉଚ୍ଚଶିକ୍ଷା ତଥା ଗୁଣାତ୍ମକ ଶିକ୍ଷାଦାନ ପାଇଁ ଅନ୍‌ଏକାଡେମୀ ଲୋକପ୍ରିୟତା ହାସଲ କରିଛି ।

ଏହି ଷ୍ଟୋରରେ ଛାତ୍ରଛାତ୍ରୀମାନେ ସଂସ୍ଥାଦ୍ୱାରା ପ୍ରଦତ୍ତ ବିଭିନ୍ନ ଶିକ୍ଷାଦାନକୁ ଅତ୍ୟାଧୁନିକ୍‌ ଅନ୍‌ ଡିସ୍‌ପ୍ଲେ ଡିଭାଇସ୍‌ ଦେଖିପାରିବେ । ଷ୍ଟୋରରେ ବିଭିନ୍ନ ଉପାଦେୟ ପୁସ୍ତକ ବିକ୍ରିପାଇଁ ଉପଲବ୍ଧ ହେଉଛି।
ଏହି ଷ୍ଟୋରକୁ ଅନ୍‌ଏଡେମୀର ଫ୍ରାଞ୍ଚାଇଜ୍‌ ସ୍ୱତ୍ୱାଧିକାରୀ ଜୟ ସଦାନୀ, ଅନୁରାଗ ଶର୍ମା ଏବଂ ୧୫ ନମ୍ବର ଓ୍ୱାର୍ଡର କର୍ପୋରେଟର ପିଙ୍କି ସ୍ୱାଇଁ ଉଦ୍‌ଘାଟନ କରିଥିଲେ ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories