ଶ୍ରୀଲଙ୍କା ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ରାଧିକା

ଚେନ୍ନାଇ: ଲୋକପ୍ରିୟ ତାମିଲ ଅଭିନେତ୍ରୀ ରାଧିକା ସରଥକୁମାର ଶ୍ରୀଲଙ୍କାରେ ରବିବାର ଘଟିଥିବା ଭୟଙ୍କର ସିରିଜ ବୋମା ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିସ୍ଫୋରଣ ହେବାର ମାତ୍ର କିଛି ମିନିଟ ପୂର୍ବରୁ ସେ ରହୁଥିବା ହୋଟେଲରୁ ବିମାନ ବନ୍ଦର ଅଭିମୁଖେ ବାହାରି ଆସିଥିଲେ। ରାଧିକା ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ଏ ସମ୍ପର୍କରେ ଖବର ପାଇଥିଲେ। ସେ ରହୁଥିବା ସିନାମନ ଗ୍ରାଣ୍ଡ ହୋଟେଲରେ ବିସ୍ଫୋରଣ ହୋଇଥିବା ଏବଂ ସେଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସମ୍ବାଦରେ ରାଧିକା ଦୁଃଖ ପ୍ରକାଶ କରିବା ସହ ପୀଡିତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ଏହି ଅମାନୁଷିକ ଆକ୍ରମଣକୁ ସେ ଦୃଢ଼ ନିନ୍ଦା କରିବା ସହ ଏହା ଭୀରୁତାର ପରିଚୟ ବୋଲି ବର୍ଣନା କରିଛନ୍ତି।

ସୂଚନା ଯୋଗ୍ୟ, ରବିବାର ଶ୍ରୀଲଙ୍କାର କେତେକ ଚର୍ଚ୍ଚ ଓ ପଞ୍ଚତାରକା ହୋଟେଲରେ ସିରିଜ ବିସ୍ଫୋରଣ ଘଟି ୨୦୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି।

Comments are closed.