ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁର ଗାଁର ବିଭିନ୍ନ ପଡ଼ାର ଲୋକେ ଭୁତାଣୁଜନିତ ଜ୍ଵର, ଥଣ୍ଡା, ସର୍ଦ୍ଦି ଓ କାଶ ରୋଗରେ ପୀଡ଼ିତ ଥିବା ଖବର ମିଳିବା ପରେ ତତ୍ପରତା ପ୍ରକାଶ କରିଛି ଲାଞ୍ଜିଗଡ଼ ବ୍ଲକ ସ୍ୱାସ୍ଥ୍ୟ ବିଭାଗ। ଆଜି ବ୍ଲକ ଜନ ଚିକିତ୍ସା ଅଧିକାରୀ ଡା. ଭବାନୀଶଙ୍କର ଲେଙ୍କାଙ୍କ ନିର୍ଦ୍ଦେଶ କ୍ରମେ ଅଭିଜ୍ଞ ଡା. ନରେନ୍ଦ୍ରନାଥ ଦାସଙ୍କ ନେତୃତ୍ୱରେ ଫାର୍ମାସିଷ୍ଟ ପ୍ରଗତି ରାଉତ, ମହିଳା ସ୍ୱାସ୍ଥ୍ୟକର୍ମୀ ଆଶାଲତା ରାଉତ ପ୍ରମୁଖ ଉପସ୍ଥିତ ରହି ଗାଁର ଭୁତାଣୁଜନିତ ଜ୍ୱର ଓ ଅନ୍ୟାନ୍ୟ ଲକ୍ଷଣ ଥିବା ଲୋକଙ୍କୁ ଚିକିତ୍ସା, ପରାମର୍ଶ ସେବା ଯୋଗାଇଦେବା ସହିତ ମାଗଣା ଔଷଧ ପ୍ରଦାନ କରିଥିଲେ। ଏଥିରେ ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇ ଏହି ସେବା ଲାଭ କରିଥିଲେ। ସ୍ୱାସ୍ଥ୍ୟ କର୍ମଚାରୀ ଖଗେଶ୍ୱର ରାଉତ, ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ମା ମାଉଳି ଯୁବ ସାଂସ୍କୃତିକ ଅନୁଷ୍ଠାନର ସୁଦର୍ଶନ ଗଉଡ଼ ପ୍ରମୁଖ ସହଯୋଗ କରିଥିଲେ।
୫୦୦ ବର୍ଷ ପରେ.. ଗଣେଶ ଚତୁର୍ଥୀରେ ଦୁର୍ଲ୍ଲଭ ଯୋଗ: ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଦଳିବ ଏସବୁ..
କାର୍ କିଣିବେ କି? ମାତ୍ର ଏତିକି ଟଙ୍କାରେ ଜବରଦସ୍ତ ଫିଚର ପୁଣି ଆକର୍ଷଣୀୟ ଲୁକ୍ ସହ ଲଞ୍ଚ ହେଲା ନୂଆ ଏସୟୁଭି..



