ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ବ ଖୁବ୍ ଖାସ୍ ବୋଲି ମାନ୍ୟତା ରହିଛି । ଚଳିତ ବର୍ଷ ୨୭ ଅଗଷ୍ଟରେ ଗଣେଶ ଚତୁର୍ଥୀ ପର୍ବ ପାଳନ କରାଯିବ । ଏହି ଦିନ ପ୍ରଥମପୂଜ୍ୟ, ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହାଦ୍ୱାରା ପ୍ରଭୁଙ୍କର ବିଶେଷ ଆଶୀର୍ବାଦ ଓ କୃପା ପ୍ରାପ୍ତି ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଗଣେଶ ପୂଜାରେ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଖୁବ୍ ଖାସ୍ ହେବାକୁ ଯାଉଛି । କାରଣ ପ୍ରାୟ ୫୦୦ ବର୍ଷ ପରେ ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଦୁର୍ଲ୍ଲଭ ଯୋଗ ହେବ । ଗଣେଶ ଚତୁର୍ଥୀରେ ଏଥର ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ, ପ୍ରିତି ଯୋଗ, ଇନ୍ଦ୍ର ଯୋଗ, ବ୍ରହ୍ମା ଯୋଗ ହେବାକୁ ଯାଉଛି । ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ..
ମେଷ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ନୂଆ କାମ ଆରମ୍ଭ କରିବେ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ଜୀବନରେ ଥିବା ସମସ୍ୟା ଦୂର ହେବ ।
କର୍କଟ- କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତି ମଧ୍ୟ ମଜଭୁତ ହେବ ।
ତୁଳା- ଆର୍ଥିକ ସ୍ଥିତି ଉନ୍ନତି ହେବ । ଆୟରେ ବୃଦ୍ଧି ହେବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଅନେକ ଦିନର ଇଚ୍ଛା ପୂରଣ ହେବ ।
ମକର- ଚାକିରିରେ ପଦନ୍ନୋତି ସହ କର୍ମକ୍ଷେତ୍ରରେ ଉନ୍ନତି ସହ ସଫଳତା ମିଳିବ । ଧନ ଲାଭର ଯୋଗ ରହିଛି । ଧନ ସହ ଜଡିତ ଥିବା ସମସ୍ୟା ଦୂର ହେବ । ଟଙ୍କା ସଞ୍ଚୟ ମଧ୍ୟ କରିବେ ।
କୁମ୍ଭ- ବିଦେଶ ଯାତ୍ରାର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହେବ । ଆୟରେ ବୃଦ୍ଧି ହେବ । ଧନ ଜନିତ ମାମଲାରେ ଅତ୍ୟନ୍ତ ଶୁଭଫଳ ମିଳିବ ।



