www.samajalive.in
Monday, December 15, 2025
26.1 C
Bhubaneswar

ବଢିବ ଓଲା-ଚେତକ୍‌ର ଚିନ୍ତା! ଖୁବ୍‌ ଶୀଘ୍ର ବଜାରକୁ ଆସୁଛି ଟିଭିଏସ୍‌ ଅରବିଟର୍‌ର ଇଲେକ୍ଟ୍ରିକ୍‌ ସ୍କୁଟର,ଦାମ୍‌ ବି କମ୍‌..

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଇଲେକ୍ଟ୍ରିକ୍‌ ବାହନର ଚାହିଦା ଖୁବ୍‌ ବୃଦ୍ଧି ପାଇଛି । ସବୁଠାରୁ ଅଧିକ ଲୋକପ୍ରିୟ ଓ ବିକ୍ରି ହେଉଥିବା ତାଲିକାରେ ଦୁଇ ଚକିଆ ସାମିଲ ରହିଛି । ଦିନକୁ ଦିନ ଆସୁଥିବା ନୂଆ ନୂଆ ଫିଚର ସହ ଡିଜାଇନ୍‌ ଓ ମାଇଲେଜ୍‌ ପାଇଁ ଅନେକ ଦୁଇ ଚକିଆ ଯାନକୁ ଲୋକେ ବେଶ ପସନ୍ଦ କରିଛନ୍ତି । ନିକଟରେ ଟିଭିଏସ ଏକ ବଡ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।

ଟିଭିଏସ ମୋଟର ଘୋଷଣା କରିଛି ଯେ, କମ୍ପାନୀ ଅଗଷ୍ଟ ୨୮ରେ ନିଜର ଏକ ନୂଆ ଇଲେକ୍ଟ୍ରିକ୍‌ ଜିନିଷ ଲଞ୍ଚ କରିବାକୁ ଯାଉଛି । ଏହା ଏକ ଇଲେକ୍ଟ୍ରିକ୍‌ ସ୍କୁଟର ବୋଲି କୁହାଯାଉଛି ।
ଏହି ନୂଆ ଘୋଷଣା ସହ କମ୍ପାନୀ ଏକ ଫଟୋ ମଧ୍ୟ ଶେୟାର କରିଛି । ଯେଉଁଥିରେ ଗାଡିକୁ କପଡା ଦ୍ୱାରା ଢଙ୍କା ଯାଇଛି ଓ ପଛରେ ଇଂରାଜୀ ଅକ୍ଷର ‘ଓ’ ଦେଖାଯାଉଛି । କମ୍ପାନୀ ପକ୍ଷରୁ ଆସିବାକୁ ଥିବା ଇଲେକ୍ଟ୍ରିକ ସ୍କୁଟର ‘ଟିଭିଏସ୍‌ ଅରବିଟର୍‌’ହୋଇପାରେ ।

- Advertisement -

ଟିଭିଏସ iQube ୩ଟି ଭିନ୍ନ ଭିନ୍ନ ବ୍ୟାଟେରୀ ପ୍ୟାକ୍‌ ସହ ଆସିଥାଏ । ସବୁଠାରୁ ଛୋଟ ୨.୨ କିଲୋୱାଟ ଭାରିଆଣ୍ଟ ଦାମ୍‌ ୧ ଲକ୍ଷ ଟଙ୍କା ଓ ସବୁଠାରୁ ଅଧିକ ରେଞ୍ଜ ଥିବା ୫.୧ କିଲୋୱାଟର ଦାମ୍‌ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।
ଟିଭିଏସ ଅରବିଟର୍‌ ୨.୨ କିଲୋୱାଟ୍‌ ବ୍ୟାଟେରୀ ପ୍ୟାକ୍‌ ସହ ଆସିପାରେ। ଏହାର ଆରମ୍ଭ ଦାମ୍‌ ୧ ଲକ୍ଷ ଟଙ୍କାରୁ କମ୍‌ ବୋଲି ଆଶା କରାଯାଉଛି ।

ଟିଭିଏସ୍‌ ଅରବିଟର୍‌ ବଜାରକୁ ଆସିବା ପରେ ଓଲା ଓ ବଜାଜ୍‌ ଚେତକର ଚିନ୍ତା ବଢିପାରେ । ନିକଟରେ ମଧ୍ୟ ଟିଭିଏସ୍‌ ଅନ୍ୟମାନଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କରିଛି ।

ଜାଣନ୍ତୁ.. ସେପ୍ଟେମ୍ବର ୭ର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାହିଁକି ଖାସ୍‌ : ଏହି ୪ ରାଶିଙ୍କ ଭାଗ୍ୟରେ ହେବ ବଡ ପରିବର୍ତ୍ତନ,ହେବେ ଧନୀ, ମିଳିବ ଏସବୁ..

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories