www.samajalive.in
Sunday, December 14, 2025
19.1 C
Bhubaneswar

ଜେଲକୁ କ’ଣ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ହାଉସ୍‍ କରିବେ; ସମ୍ବିଧାନ ସଂଶୋଧନ ବିଲକୁ ବିରୋଧ କରୁଥିବା ଲୋକଙ୍କୁ ଜବାବ ଦେଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‍ ସମ୍ପର୍କରେ ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ବିରୋଧୀଙ୍କୁ ସିଧା ସଳଖ ଜବାବ ଦେଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ବିଲ୍‍ କୁ ବିରୋଧୀ ସଦସ୍ୟ ବିରୋଧ କରୁଥିବା ପ୍ରଶ୍ନର ଉତ୍ତର ଦେଇ ଅମିତ ଶାହ କହିଛନ୍ତି ଯେ ଆଜି ବି ବିରୋଧୀମାନେ ଚେଷ୍ଟା କରୁଛନ୍ତି ଯେ ଯଦି ସେମାନେ କେବେ ଜେଲ ଯାଆନ୍ତି ତେବେ ସେମାନେ ସହଜରେ ଜେଲରୁ ସରକାର ଗଠନ କରିବେ ଏବଂ ଚଳାଇବେ । ଜେଲକୁ କ’ଣ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ହାଉସ୍‍ କରାଯିବ । ଡିଜିପି, ମୁଖ୍ୟ ସଚିବ, କ୍ୟାବିନେଟ ସଚିବ କିମ୍ବା ଗୃହ ସଚିବ ଜେଲରୁ ହିଁ ନିର୍ଦ୍ଦେଶ ନେବେ ଓ ରାଜ୍ୟ ଏବଂ ଦେଶ ଚାଲିବ । ହେଲେ ଏହା ଚଳିବ ନାହିଁ । ଏହି ବିଲ୍‍ ନିଶ୍ଚିତ ଭାବରେ ପାସ୍‍ ହେବ । କଂଗ୍ରେସ ଦଳର କିଛି ସଦସ୍ୟ ଅଛନ୍ତି ଏବଂ ବିରୋଧୀ ଦଳରେ ଅନେକ ଲୋକ ଯେଉଁମାନେ ନୈତିକତାକୁ ସମର୍ଥନ କରିବେ ଏବଂ ନୈତିକତାର ଆଧାର ବଜାର ରଖିବେ ବୋଲି ଅମିତ ଶାହ କହିଛନ୍ତି ।

ଗୃହମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ ସମଗ୍ର ଦେଶ ଏବଂ ବିରୋଧୀ ଦଳକୁ ପଚାରିବାକୁ ଚାହୁଁଛି ଯେ କୌଣସି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ କିମ୍ବା କୌଣସି ନେତା ଜେଲରୁ ଦେଶ ଚଳାଇପାରିବେ କି? ଏହା କ’ଣ ଆମ ଗଣତନ୍ତ୍ରର ମର୍ଯ୍ୟାଦା ଅନୁଯାୟୀ? ୍ଣସ ଆହୁରି ମଧ୍ୟ କହିଛନ୍ତି ଯେ ମୋ ଦଳ ଏବଂ ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ । ଜଣେ ସଦସ୍ୟ ଜେଲ ଯିବେ, ଅନ୍ୟ ସଦସ୍ୟମାନେ ସରକାର ଚଳାଇବେ ଏବଂ ଜାମିନ ପାଇଲେ ସେମାନେ ପୁଣି ଥରେ ଶପଥ ନେଇପାରିବେ । ଏଥିରେ ଆପତ୍ତି କ’ଣ?

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories