www.samajalive.in
Monday, December 15, 2025
17.1 C
Bhubaneswar

ଟ୍ରମ୍ପଙ୍କୁ ଜବାବ ଦେଲା ଆମେରିକୀୟ ସଂସ୍ଥା- ୫୦% ଶୁଳ୍କରେ ଭାରତର କିଛି ବିଗିଡ଼ିଯିବନି

ସମାଜ ଡିଜିଟାଲ ଡେସ୍କ: ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଏହାର ଜବାବ ଦେଇଛି ଖୋଦ ଏକ ଆମେରିକୀୟ ସଂସ୍ଥା। ଟ୍ରମ୍ପଙ୍କ ୫୦% ଟାରିଫ ଭାରତର ଅର୍ଥବ୍ୟବସ୍ଥା ଉପରେ କୌଣସି ଖାସ୍ ପ୍ରଭାବ ପକାଇବ ନାହିଁ। ଏହାର ପ୍ରଭାବଶୂନ୍ୟ ହେବ। କାରଣ ଦେଶ ଦ୍ରୁତଗତିରେ ଆଗକୁ ବଢ଼ି ଚାଲିବ ବୋଲି ଆମେରିକୀୟ ଗ୍ଲୋବାଲ ରେଟିଂ ସଂସ୍ଥା ଫିଚ୍‌ ରେଟିଂ ପକ୍ଷରୁ କୁହାଯାଇଛି। ଭାରତର ଅଭିବୃଦ୍ଧି ହାର ମଜଭୁତ ରହିଛି ବୋଲି ଫିଚ୍‌ ପକ୍ଷରୁ କୁହାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ନେଇ ସଂସ୍ଥା ଆକଳନ କରିଛି।

ଫିଚ୍ ରେଟିଂସ ନିଜ ରିପୋର୍ଟରେ କହିଛି ଯେ, ଭାରତୀୟ ଅର୍ଥନୀତିକୁ ଏହାର ମଜଭୁତ ଅଭିବୃଦ୍ଧି ଏବଂ ବିଦେଶୀ ନିବେଶର ଦୃଢ଼ ସମର୍ଥନ ରହିଛି। ଅନ୍ୟ ସମକକ୍ଷ ଦେଶଗୁଡ଼ିକ ତୁଳନାରେ ଭାରତର ଆର୍ଥିକ ଦୃଷ୍ଟିକୋଷ ଦୃଢ଼ ରହିଛି। ବିଗତ ଦୁଇବର୍ଷ ଧରି ଯଦିଓ ଦେଶର ଆର୍ଥିକ ଅଭିବୃଦ୍ଧି ଧିମା ରହିଛି, ତେବେ ୨୦୨୫-୨୬ରେ ଏହାର ଜିଡିପି ପୂର୍ବ ବର୍ଷ ସହିତ ସମାନ ଅର୍ଥାତ ୬.୫ ପ୍ରତିଶତ ରହିବାର ସମ୍ଭାବନା ରହିଛି।

- Advertisement -

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ରବ୍ୟ ଏବଂ ସେବା କର(ଜିଏସଟି) ସଂସ୍କାର ଅଣାଯିବ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ଫିଚ୍‌ ରେଟିଂସ କହିଛି ଯେ, ଏପରି ହେଲେ ଅର୍ଥନୀତିକୁ ଅଧିକ ଶକ୍ତି ମିଳିବ। ଅଭିବୃଦ୍ଧି ଦିଗରେ ଯେଉଁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି ତାହା ହ୍ରାସ ପାଇବ। କିଛିଦିନ ତଳେ ଏସ ଆଣ୍ଡ ପି ଗ୍ଲୋବାଲ ରେଟିଂ ପକ୍ଷରୁ ମଧ୍ୟ ଭାରତର ଅର୍ଥନୀତିକୁ ନେଇ ସକାରତ୍ମକ ରିପୋର୍ଟ ପ୍ରକାଶ ପାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories