ଶାନ୍ତିଶୃଙ୍ଖଳାରେ ସରିଲା ମାଓ ପ୍ରବଣ ଅଞ୍ଚଳରେ ମତଦାନ, ଭୋଟ ବର୍ଜନ କଲେ ୧୦ ଗାଁର ଭୋଟର

ଲାଞ୍ଜିଗଡ :  ଲାଞ୍ଜିଗଡ ବ୍ଲକରେ ସାଧାରଣ ନିର୍ବାଚନ ସୋମବାର ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳା ସହ ଆରମ୍ଭ ହୋଇଥିବା ବେଳେ ମାଓ ପ୍ରବଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମତ ସାବ୍ୟସ୍ତ କଲେ ଭୋଟର । ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିଗଡ ବ୍ଲକ ଦୁର୍ଗମ ଆଦିବାସୀ ଅଦ୍ୟୁଷିତ ଦୁର୍ଗମ ତ୍ରିଲୋଚନପୁର ପଞ୍ଚାୟତର ଗୌଡ଼ ଥୁଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ  ତ୍ରିଲୋଚନପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମତଦାନ କେନ୍ଦ୍ର କରାଯାଇଥିଲା।
ଆଜି ମେଘୁଆ ପାଗ ରହିଥ‌ିବାରୁ ସକାଳୁ ଦୁର୍ଗମ ଅଞ୍ଚଳର କୁଟିଆ କନ୍ଧ ଆଦିମ ଅଧିବାସମାନେ ବହୁ ସଂଖ୍ୟାରେ ମହିଳା, ବୃଦ୍ଧା ,ବୃଦ୍ଧ ଓ ପୁରୁଷମାନେ ଭୋଟ୍ କେନ୍ଦ୍ରକୁ ଆସି ସେମାନଙ୍କର  ମତଦାନ ସାବ୍ୟସ୍ତ କରିଛନ୍ତି।
prayash
ଯଦିଓ ଏହି ମତଦାନ କେନ୍ଦ୍ରରେ ଟାଣ ଖରା ପାଇଁ ଛାଉଁଣି ଓ ପାନୀୟ ଜଳ, ବିଦ୍ୟୁତ୍, ପ୍ରାଥମିକ ଚିକିତ୍ସା ଆଦିର ବ୍ୟବସ୍ଥା କରାଯାଇଥିବା ବେଳେ ପାଗ ଭଲ ଥୂବାରୁ ଭୋଟରମାନେ ସୁରୁଖୁରୁରେ ଭୋଟ୍ ଦେଇଛନ୍ତି ବୋଲି ପ୍ରିଜାଇଡିଂ ଅଫିସର ପର୍ଶୁରାମ ରାଉତ ଏବଂ ସୁଶାନ୍ତ କୁମାର ଠାକୁର ସୂଚନା ଦେଇଛନ୍ତି।
ସେହିପରି  ଲାଞ୍ଜିଗଡ ବ୍ଲକର ୨୬ ଗୋଟି  ପଞ୍ଚାୟତରେ ଭଭୋଟରମାନେ ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ତେବେ ଲାଞ୍ଜିଗଡ ବ୍ଲକ।  ଲାଖବବାହାଲି ପଞ୍ଚାୟତ  ଓ  ବେନଗାଁ  ପଞ୍ଚାୟତର ୧୦ଟି ଗାଁର ଭୋଟର ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଛି ।

Comments are closed.