ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅଂଚଳରେ ଏକ ଗଛରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ହେଉଛନ୍ତି ହରିହରପୁର ଗାଁର ଚିରଞ୍ଜୀବି କୋଶଳୀୟାଙ୍କ ଝିଅ ଦେବକୀ କୋଶଳୀୟା।

prayash

ସୂଚନା ଅନୁସାରେ, ଗତ କାଲି ସନ୍ଧ୍ୟାଠାରୁ ଦେବକୀ ଘରୁ ବାହାରି ଯାଇଥିଲେ। ଅନେକ ରାତି ହେବା ପରେ ମଧ୍ୟ ଘରକୁ ନଫେରିବାରୁ ଦେବକୀଙ୍କ ବାପା ଚିରଞ୍ଜୀବି କିଛି ଲୋକଙ୍କ ସହ ଖୋଜିବାକୁ ବାହାରିଥିଲେ। ଆଜି ସକାଳେ ଗାଁ ବାହାରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ଲାଞ୍ଜିଗଡ ପୁଲିସକୁ ଖବର ଦେବାପରେ ଲାଞ୍ଜିଗଡ ପୁଲିସ ଘଟଣା ସ୍ଥଳକୁ ଆସି ତଦନ୍ତ କରି ମୃତଦେହକୁ ଜବତ କରିଥିଲା। ହେଲେ ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇ ପାରିନାହିଁ। ଏପଟେ ଏହା ଆତ୍ମହତ୍ୟା ନୁହେଁ ଏହା ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏଥିପାଇଁ ଦେବକୀଙ୍କ ବଡ ଭଉଣୀ ସେବତୀ ପାଲକା ସେହି ଗାଁର ଯୁବକ କୈଳାସ କୁମାରକୁ ଦୋଷ ଦେଇଛନ୍ତି । ପ୍ରତିଦିନ କୈଳାସ ସହ ଦେବକୀ ବିଳମ୍ବିତ ରାତି ପର୍ଯ୍ୟନ୍ତ କଥା ହେଉଥିଲେ। ଗତକାଲି ମଧ୍ୟ କଥା ହେଉଥିଲେ ଓ ଘରୁ ବାହାରିଥିଲେ। ସେଥିପାଇଁ ତାଙ୍କୁ କୈଳାସ ହିଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଦେବକୀଙ୍କ ଭଉଣୀ ସେବତୀ। ଏ ସମ୍ପର୍କରେ ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କୁ ପଚାରିବାରୁ ଏହାକୁ ନେଇ କେଶ ନ ୦୬/୨୨ରେ ମାମଲା ରୁଜୁ ହୋଇଛି ଶବ ବ୍ୟବଚ୍ଛେଦ ପରେ ଏହା ହତ୍ୟା ନା ଆତ୍ମହତ୍ୟା ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପ୍ରକାଶ କରିଛନ୍ତି।

kalyan agarbati

Comments are closed.