www.samajalive.in
Thursday, November 13, 2025
25.1 C
Bhubaneswar

ଲାଞ୍ଜିଗଡ଼: ପ୍ରଥମ ପର୍ଯ୍ୟାୟରେ ୧୫୫୬୦ ଛାତ୍ରଛାତ୍ରୀଙ୍କୁ ମିଳିଲା ପୋଷାକ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଳକରେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟ ପୋଷାକ ବଣ୍ଟନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବ୍ଳକର ୨୧୧ ଗୋଟି ସ୍କୁଲର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭୯୫୭ ବାଳିକା, ୧୯୯୭ ଜଣ ଅନୁସୂଚିତ ଜାତି ବର୍ଗର ବାଳକ, ୪୨୧୫ ଅନୁସୂଚିତ ଜନଜାତି ବର୍ଗର ବାଳକ ଓ ୧୩୯୨ ବିପିଏଲ୍ ବର୍ଗର ବାଳକଙ୍କୁ ଜଣ ପିଛା ଦୁଇହଳ ପୋଷାକ ଭାବେ ୧୫୫୬୦ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୯୮୮ ଜଣ ବାଳିକା, ୨୦୩ ଅନୁସୂଚିତ ଜାତି ବର୍ଗର ବାଳକ, ୪୯୩ ଅନୁସୂଚିତ ଜନଜାତି ବର୍ଗର ବାଳକ ଓ ୩୭୭ ଜଣ ବିପିଏଲ୍ ବର୍ଗର ବାଳକ ରହିଥିବା ବେଳେ ମୋଟ ୨୦୬୧ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ପାଇଁ ପ୍ରସ୍ତାବ ଦିଆଯାଇଛି। ପରବର୍ତ୍ତୀ ସମୟରେ ଅନୁଦାନ ଆସିବା ପରେ ବଳକା ଥିବା ୨୦୬୧ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯିବ ବୋଲି ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories