ଦ୍ୱିତୀୟ ଇଣ୍ଟର ସ୍କୁଲ କରାଟେ ପ୍ରତିଯୋଗିତା-୨୦୨୨
କଳାହାଣ୍ଡିକୁ ୪ ସ୍ୱର୍ଣ୍ଣ,୧୩ ରୋପ୍ୟ ଓ ୨୪ଟି କାଂସ୍ୟ
ଲାଞ୍ଜିଗଡ଼: ଗତ ନଭେମ୍ବର ୬ ତାରିଖ ରବିବାର ଦିନ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୁସ୍କାନ ଇଣ୍ଟରନେସନାଲ ସ୍କୁଲ ଠାରେ ଟିଟିଲାଗଡ଼ ଉତ୍କଳ କରାଟେ ସ୍କୁଲ ଓ ମୁସ୍କାନ ସ୍କୁଲ ମିଳିତ ଆନୁକୂଲ୍ୟରେ ଦ୍ଵିତୀୟ ଇଣ୍ଟର ସ୍କୁଲ କରାଟେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ୫ ଗୋଟି ଜିଲ୍ଲାର ବିଭିନ୍ନ ସ୍କୁଲର ପ୍ରାୟ ୩୦୦ଶହ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।ଏଥିରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଳକର ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲର ୩୦ରୁ ଊର୍ଦ୍ଧ୍ବ କରାଟେ ପ୍ରତିଯୋଗୀମାନେ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ସହଯୋଗୀତାରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବାଳକ ଓ ବାଳିକା ବିଭିନ୍ନ ବିଭାଗରେ ଡିଏଭି ସ୍କୁଲ ଛାତ୍ର ହିତେଶ କୁମାର ମହାକୁଡ ୨ଟି ସ୍ୱର୍ଣ୍ଣ, ଲୋକେଶ କୁମାର ମହାଖୁଡ ୧ ସ୍ୱର୍ଣ୍ଣ ଓ ଏସଏସଡି ସ୍କୁଲ ବିକାଶ ମାଝୀ ୧ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅନ୍ୟମାନେ ୧୩ଟି ରୌପ୍ୟ ଓ ୨୪ଟି କାଂସ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
ଲାଞ୍ଜିଗଡ଼ କରାଟେ କୋଚ୍ କ୍ଷମାନିଧି ମହାଖୁଡଙ୍କ ନେତୃତ୍ୱରେ ଏହି ପ୍ରତିଯୋଗୀ ମାନେ କରାଟେ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ପାଇଁ କୃତିତ୍ୱ ଅର୍ଜନ କରିଥିବା ବେଳେ କରାଟେ କୋଚ୍ ଶ୍ରୀ ମହାଖୁଡ ଲାଞ୍ଜିଗଡ ଏସଏସଡି ସ୍କୁଲ ଓ ଡିଏଭି ବେଦାନ୍ତ ପବ୍ଲିକ ସ୍କୁଲରେ ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ କରାଟେ ପ୍ରଶିକ୍ଷଣ ଶିବିରରେ ତାଲିମ ଦାତା ଭାବେ କାର୍ଯ୍ୟ କରୁଛନ୍ତି। ଲାଞ୍ଜିଗଡ ବେଦାନ୍ତ ଆଲୁମିନା ସହଯୋଗୀତାରେ ଏହି କରାଟେ ପ୍ରତିଯୋଗିତାରେ ଖେଳାଳିମାନେ ଭାଗ ନେଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ଯୋଗୁଁ ଖେଳାଳିଙ୍କୁ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ,ସିଏସ ଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା,ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି, ଡିଏଭି ବେଦାନ୍ତ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା,ଅଭିନଭ ପ୍ରତାପ, ମୃତ୍ୟୁଞ୍ଜୟ ଅଗ୍ରୱାଲ ପ୍ରମୁଖ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।
Comments are closed.