ମୁଖ୍ୟରାସ୍ତା ଉପରେ ପଡିରହିଛି ଆମ୍ବ ଗଛ; ଯାତାୟାତ ବାଧାପ୍ରାପ୍ତ
ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବିଜେପୁର ଠାରୁ ବେନଗାଁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଏକ ଆମ୍ବଗଛ ପଡ଼ିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଓ ପବନ ହେବାଯୋଗୁ କେନ୍ଦୁଗୁଡା ଗାଁ ନିକଟରେ ଆମ୍ବ ଗଛଟି ରାସ୍ତା ଉପରେ ପଡି ରହିଥିବା ବେଳେ ରାସ୍ତାରେ ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗତକାଲି ଅପରାହ୍ନରେ ପ୍ରବଳ ବର୍ଷା ଓ ପବନ ଯୋଗୁ ସନ୍ଧ୍ୟା ୫ଟା ସମୟରୁ ରାସ୍ତା ଉପରେ ପଡ଼ିରହିଛି ଗଛ । ଯାହା ଫଳରେ ଏହି ରାସ୍ତାଟି ଦୁର୍ଗମ ଘାଟି ଅଞ୍ଚଳର ୪ ଗୋଟି ପଞ୍ଚାୟତ ଓ କଳାହାଣ୍ଡି ଠାରୁ ରାୟଗଡା ଜିଲ୍ଲା ସଂଯୋଗ କରୁଥିବା ବେଳେ ରାସ୍ତା ଉପରେ ଗଛ ପଡିଥିବା ଯୋଗୁଁ ରାସ୍ତା କଡରେ ମଟର ସାଇକେଲ କଷ୍ଟେ ମଷ୍ଟେ ଯାଉଥିବା ବେଳେ ବଡ ଗାଡି ତଥା ଭାରି ଜାନ ଗୁଡିକ ଯାତାୟତରେ ବାଧାପ୍ରାପ୍ତ ହୋଇଛି ।ଏହି କାରଣରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
Comments are closed.