www.samajalive.in
Sunday, December 7, 2025
26.1 C
Bhubaneswar

ସଫଳ ହେଲା ପ୍ରଶାସନର ଉଦ୍ୟମ; ପୂରଣ ହେବ ୬ ଆଦିବାସୀ ପିଲାଙ୍କ ପାଠପଢ଼ା ସ୍ୱପ୍ନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତର ଅପହଞ୍ଚ ଇଲାକାର ଗାଁ ହେଉଛି ତୁର୍କା । ଏହି ଗାଁରେ ସରକାରୀ ଯୋଜନା ଯେମିତି ସାତ ସପନ ପାଲଟିଛି । ଏ ସଂପର୍କରେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବ୍ଲକ ପ୍ରଶାସନର ଉଦ୍ୟମ କ୍ରମେ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ଗାଁକୁ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ବିଦ୍ୟୁତ ସେବା ଭଳି ମୌଳିକ ସୁବିଧା ପାଇଁ ଧୀରେଧୀରେ ପଥ ପରିଷ୍କାର ହେବାରେ ଲାଗିଛି । ଏପରିସ୍ଥଳେ ବ୍ଲକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଲକ ଶିକ୍ଷା ବିଭାଗ, ବ୍ଲକ ମଙ୍ଗଳ ବିଭାଗର ତତ୍ପରତା ଯୋଗୁଁ ଆଜି ଦୁର୍ଗମ ତୁର୍କା ଗାଁର ଛଅଜଣ ଛାତ୍ରଙ୍କ ପାଠପଢ଼ା ସ୍ବପ୍ନ ପୂରଣ ହୋଇପାରିଛି । ତୁର୍କl ଗାଁର ୬ ଜଣ ଛାତ୍ରଙ୍କ ମଧ୍ୟରୁ ବିଶ୍ୱନାଥପୁରସ୍ଥିତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ୩ ଜଣ ଛାତ୍ର ଶଙ୍କର ମାଝୀ, ମୋହନ ମାଝୀ ଓ ରବୀନ୍ଦ୍ର ମାଝୀଙ୍କ ନାମ ଲେଖାଯିବା ସହିତ ଗୋପବନ୍ଧୁ ହାଇସ୍କୁଲ ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।

ସେହିପରି ଆଉ ୩ ଜଣ ଛାତ୍ର ସାନ୍ଦୁ ମାଝୀ, ଲୋଚନ ମାଝୀ ଓ ଅଜିତ ମାଝୀଙ୍କୁ ଲାଞ୍ଜିଗଡସ୍ଥିତ ଆବାସିକ ସ୍କୁଲରେ ଫର୍ମ ଆବେଦନ କରାଯାଇଛି ଏବଂ ଆସନ୍ତା ୧୦ ତାରିଖ ଦିନ ସେମାନଙ୍କ ନାମ ଲେଖାଯିବ ବୋଲି ଜଣାପଡ଼ିଛି । ତେବେ ପ୍ରଶାସନର ଏହି ଉଦ୍ୟମକୁ ସଫଳ କରାଇବାରେ ଯୁବ ସାମ୍ବାଦିକ ତଥା ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା, ତୁର୍କା ଗାଁର ବିସ୍ମୟ ବାଳକ ନବୀନ ମାଝୀ ଆପ୍ରାଣ ଉଦ୍ୟମ କରିଛନ୍ତି । ଏଇ ପ୍ରକ୍ରିୟାରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାରସିଂହ, କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ଲମ୍ବୋଦର ପ୍ରଧାନ, ଲାଞ୍ଜି ସରପଞ୍ଚ ଯମୁନା ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା’ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

- Advertisement -

ଏପରିକି ଆଜି ତୁର୍କା ଗାଁର ୬ ଜଣ ଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ବୋଲେରୋ ଯୋଗେ ବିଶ୍ୱନାଥପୁରସ୍ଥିତ ବ୍ଲକ କାର୍ଯ୍ୟାଳୟ, ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଲାଞ୍ଜିଗଡ଼ସ୍ଥିତ କୁଟିଆକନ୍ଧ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟ ପରିଦର୍ଶନ ସହିତ ଅଧିକାରୀମାନଙ୍କ ସହିତ ଆଲୋଚନାର ସୁଯୋଗ ଦିଆଯାଇଥିଲା ।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories