www.samajalive.in
Monday, December 15, 2025
27.1 C
Bhubaneswar

ହାତୀ ଉପଦ୍ରବ, ଭାଙ୍ଗିଲା ୫ ଘର ଓ ୪ ଶୌଚାଳୟ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ରେଞ୍ଜ ଅଞ୍ଚଳରେ ଆଜିକୁ ୧ ମାସ ହେଲା ହାତୀଶାଳ ପିଆରଏଫରେ ୨୫ରୁ ଉର୍ଦ୍ଧ୍ୱ ଜଙ୍ଗଲି ହାତୀ ରହିଥିବା ବେଳେ ପ୍ରଥମେ କୁମଖାଲ,ବନ୍ଧପାରି,ବିଶ୍ୱନାଥପୁର ଓ ଚମ୍ପାଦେଇପୁର ପଞ୍ଚାୟତର ନିୟମିତ ଭାବେ ବିଭିନ୍ନ ଗ୍ରାମର ଲୋକଙ୍କ ଘର, ନଳକୂପ, ଧାନ, ମକା, ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ବେଳେ ଗତ ରାତିରେ ପୁଣି ମୂଷାନାଳ ଫରେଷ୍ଟ ଅଧୀନରେ ଥିବା ବନ୍ଧପାରି ପଞ୍ଚାୟତ କାଞ୍ଚନମୁହିଁ ଗାଁରେ ୫ଘର ଭାଗିବା ସହ ୪ଗୋଟି ଶୈଚାଳୟ, ଧାନ, ଚାଉଳ, କାନ୍ଦୁଲ, ମାଣ୍ଡିଆ, ମକା ସମେତ ଘରେ ଥିବା ଆସବା ପତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନଷ୍ଟ କରିଦେଇଛନ୍ତି।

ସୂଚନା ମୁତାବକ ୨୫ରୁ ଉର୍ଦ୍ଧ୍ୱ ଜଙ୍ଗଲୀ ହାତୀପଲ ମୂଷାନାଳ ଫରେଷ୍ଟ ଅଧୀନରେ ଥିବା ବନ୍ଧପାରି ବିଟ୍‍ର ବୁରୀ ଜଙ୍ଗଲରୁ ବାହାରି ଗତ ରାତି ୧୧ ଘଣ୍ଟା ସମୟରେ କାଞ୍ଚନମୁହିଁ ଗାଁକୁ ଯାଇ ଭୀଷଣ ଗର୍ଜନ କରିବା ପରେ ଗାଁ ଲୋକେ ଭୟଭୀତ ହୋଇ ଯାଇଥିଲେ। ଲୋକେ ଜୀବନ ବିକଳରେ ନିଜ ପରିବାରଙ୍କୁ ନେଇ ନିକଟସ୍ଥ ଗାଁ ବାଲିସରାକୁ ଚାଲିଯାଇଥିଲେ। ଏହାପରେ ହାତୀପଲ ରାତ୍ର ୪ଟା ପର୍ଯ୍ୟନ୍ତ ତାଣ୍ଡବ କରିଥିଲେ। ପ୍ରଥମେ ମାଳତୀ ମାଝୀଙ୍କ ଘର ଓ ଶୈଚାଳୟ ଭାଙ୍ଗି ଘରେ ଥିବା ଚାଉଳ,କାନ୍ଦୁଲ,ଧାନ ଖାଇ ନଷ୍ଟ କରିବା ପରେ ଆବାସ ପତ୍ର ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଥିଲେ। ଏହାପରେ ସାନ୍ଧା ମାଝୀଙ୍କ ୨ଗୋଟି ଘର ଓ ଶୈଚାଳୟକୁ ଭାଙ୍ଗିବା ପରେ ଘରେ ଥିବା ସାମଗ୍ରୀ ନଷ୍ଟ କରିଥିଲେ। ସେହିପରି ମାଧବ ମାଝୀ ଓ ଡ଼ମ୍ବେ ମାଝୀଙ୍କ ୨ଗୋଟି ଘର ଓ ୨ଟି ଶୈଚାଳୟ ଭାଙ୍ଗି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, କାନ୍ଦୁଲ, ଚାଉଳ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ହାତୀ ଭୟରେ ରାତିରୁ ଲୋକେ ଗାଁ ଛାଡି ଚାଲି ଆସିଥିବା ବେଳେ ସକାଳ ନିଜ ନିଜ ପରିବାର ସହ ଗାଁକୁ ଆସି ନିଜର କ୍ଷୟକ୍ଷତି ଦେଖିଥିଲେ। ଏହାପରେ ନିଜ ଅଧୀନରେ ଥିବା ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀଙ୍କୁ ଖବର ଦେଇଥିଲେ। ଏହା ପରେ ଫରେଷ୍ଟର ଶ୍ରୀମାଝୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ଚାଉଳ ଗୋଟିଏ ବସ୍ତା ଯୋଗାଇ ଦିଆ ଯାଇଥିବା ବେଳେ ମୂଷାନାଳ ଏମଏଡି ସଂଘ ଓ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ ସେହି ଗାଁ ମାନଙ୍କୁ ଯାଇ ବିସ୍କୁଟ, ରୁଟି, ଚୁଡା ଆଦି ଶୁଖିଲା ସାମଗ୍ରୀ ଯୋଗାଇ ଥିଲେ। ଏହି ଗରିବ ପରିବାରମାନଙ୍କୁ ଅତିଶୀଘ୍ର ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories