ନବରଙ୍ଗପୁର: ନବରଙ୍ଗପୁର ସହର ଉପକଣ୍ଠ ତଥା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଡାଇଭଟ୍ଟା ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀମାନେ ବାରମ୍ବାର ବ୍ଲକ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି। ଏ ନେଇ ଗତକାଲି ବହୁ ସଂଖ୍ୟାରେ ଗ୍ରାମବାସୀମାନେ ଜିଲାପାଳଙ୍କର କାର୍ଯ୍ୟାଳୟକୁ ଆସି ଏହି ଗ୍ରାମରେ ପାନୀୟ ଜଳ ସମସ୍ୟାନେଇ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଜିଲା ପ୍ରଶାସନକୁ ତିନି ଥର ଲିଖିତ ଭାବରେ ଏହି ସମସ୍ୟା ସଂପର୍କରେ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିବା ଗ୍ରାମବାସୀମାନେ କହିଛନ୍ତି।
Popular Categories



