www.samajalive.in
Sunday, December 14, 2025
15.1 C
Bhubaneswar

ପୁଣି ଗିରଫ ହୋଇପାରନ୍ତି ବିଧାୟକ ପ୍ରଦୀପ! ୧୫ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ପୂର୍ବରୁ ଚାକିରୀ କରାଇ ଦେବା ଆଳରେ ଅନେକଙ୍କ ଠାରୁ ଅର୍ଥ ଆଦାୟ ଭଳି ସଂଗୀନ ଅଭିଯୋଗରେ ସେ ଜେଲ ଯାଇ ପରେ ଜାମିନରେ ଆସିଥିବା ବେଳେ ଆଜି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଭିଜିଲାନ୍ସର ୧୫ଟି ଦଳ ଚଢ଼ାଉ ଆରମ୍ଭ କରିଛି। ଶ୍ରୀ ପାଣିଗ୍ରାହୀଙ୍କ ଗୋପାଳପୁର ଘର ସମେତ ଭୁବନେଶ୍ୱର ସରକାରୀ ବାସଗୃହ ଉପରେ ଆଜି ସକାଳୁ ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ ଜଣେ ଏସପିଙ୍କ ନେତୃତ୍ୱରେ ୨ ଜଣ ଅତିରିକ୍ତ ଏସଏସପି ଏବଂ ୧୭ ଜଣ ଡିଏସପି ସାମିଲ ଅଛନ୍ତି।

କେବଳ ସେତିକି ନୁହେଁ, ଭିଜିଲାନ୍ସ ବିଭାଗ ମଧ୍ୟ ଶ୍ରୀ ପାଣିଗ୍ରାହୀଙ୍କ ସହଯୋଗୀ, ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ରଖିଛି। ଏକକାଳୀନ ପ୍ରଦୀପଙ୍କ ବାସଗୃହ, ଡ୍ରାଇଭରଙ୍କ ଘର, ସର୍ବେଶ୍ୱର ରାଓ ଓ କମ୍ବୁ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ ଜାରି ରହିଛି।  ପୂର୍ବରୁ ଭିଜିଲାନ୍ସ ତଦନ୍ତରେ ୨୦୦୯ ମେ ୨୪ରୁ ୨୦୨୦ ନଭେମ୍ବର ୩୦ ମଧ୍ୟରେ ପ୍ରଦୀପଙ୍କର ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି।

- Advertisement -

କିଛିଦିନ ପୂର୍ବେ ଜାମିନରେ ଆସିଥିବା ବିଧାୟକ ପ୍ରଦୀପ ପୁଣି ଗିରଫ ହେବା ନେଇ ସମ୍ଭାବନା ରହିଛି। ଯଦି ପୂର୍ବ ତଦନ୍ତରେ ମିଳିଥିବା ଆୟ ବହିର୍ଭୁତ ସମ୍ପତ୍ତି ସହ ଆଜିର ଚଢ଼ାଉରେ ଅଧିକ ସମ୍ପତ୍ତି ମିଳିବ, ତା ହେଲେ ଭିଜିଲାନ୍ସ ପ୍ରଦୀପ ପାଇଥିବା ଜାମିନ ଖାରଜ ପାଇଁ ଆବେଦନ କରି ପୁଣି ଅଧିକ ପଚରାଉଚୁରା ପାଇଁ ନ୍ୟାୟାଳୟଙ୍କ ଦ୍ୱାରସ୍ତ ହୋଇପାରେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories