www.samajalive.in
Tuesday, December 9, 2025
16.1 C
Bhubaneswar

ଡିଏଲଏଫ ଲାଞ୍ଚ ମାମଲାରେ ଲାଲୁଙ୍କୁ କ୍ଲିନ୍‌ଚିଟ୍‌, ସିବିଆଇକୁ ମିଳିଲାନି ପ୍ରମାଣ

ନୂଆଦିଲ୍ଲୀ: ଡିଏଲଏଫ ଲାଞ୍ଚ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଅଶ୍ଵସ୍ତି ମିଳିଛି। ଏହି ମାମଲାରେ ସିବିଆଇ ଲାଲୁଙ୍କୁ କ୍ଲିନଚିଟ୍‌ ଦେଇଛି। ପ୍ରାଥମିକ ତଦନ୍ତରେ ଲାଲୁଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ବାଧ୍ୟହୋଇ ସିବିଆଇକୁ ମାମଲାକୁ ବନ୍ଦ କରିଛି। ତେବେ ଏହି କ୍ଲିନଚିଟ୍‌ ବର୍ତ୍ତମାନ ଦିଆଯାଇ ନାହିଁ, ବରଂ ପୂର୍ବତନ ନିର୍ଦେଶକ ରୁଷିକୁମାର ଶୁକ୍ଳାଙ୍କ କାର୍ଯ୍ୟକାଳରେ ଦିଆଯାଇଥିବା ଏବେ ଜଣାପଡ଼ିଛି।

୨୦୧୮ରେ ସିବିଆଇ ପ୍ରାରମ୍ଭିକ ତଦନ୍ତକୁ ଆଧାର କରି ମାମଲା ରୁଜୁ କରିଥିଲା। କିନ୍ତୁ ମାମଲାର ଅନୁସନ୍ଧାନ କରିବା ପରେ ଯେତେବେଳେ କୌଣସି ଠୋସ୍‌ ପ୍ରମାଣ ମିଳିଲା ନାହିଁ, ସେତେବେଳେ ଏହାର ଫାଇଲ୍‌ ବନ୍ଦ କରିଦିଆଗଲା। ସୂଚନା ଅନୁସାରେ, ୨୦୦୭ରେ ସେଲ୍‌ କମ୍ପାନୀ ଏବି ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ୍‌ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡ୍‌ସ କଲୋନୀରେ ୫ କୋଟି ଟଙ୍କାର ସମ୍ପତ୍ତି କିଣିଥିଲା। ଏହି କଲୋନୀକୁ ଡିଏଲଏଫ ତିଆରି କରିଥିଲା। ପରେ ୨୦୧୧ରେ ଲାଲୁଙ୍କ ପିଲାମାନେ ଅର୍ଥାତ ତେଜସ୍ବୀ ଯାଦବ, ଚନ୍ଦା ଏବଂ ରାଗିଣୀ ଏବି ଏକ୍ସପୋର୍ଟକୁ ୪ ଲକ୍ଷ ଟଙ୍କାରେ କିଣିଥିଲେ। ଯାହାଫଳରେ ଲାଲୁଙ୍କୁ ମାତ୍ର ୪ ଲକ୍ଷ ଟଙ୍କାରେ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଯାଇଥିଲା। ଏହା ପରେ ଅଭିଯୋଗ ହୋଇଥିଲା ଯେ, ଏବି ଏକ୍ସପୋର୍ଟ ଜରିଆରେ ଡିଏଲଏଫ ଲାଲୁଙ୍କୁ ଲାଞ୍ଚ ଦେଇଛି। ଏହି ଲାଞ୍ଚ ନୂଆଦିଲ୍ଲୀ ରେଳ ଷ୍ଟେଶନ ଏବଂ ବାନ୍ଦ୍ରା ରେଳ ଷ୍ଟେଶନ ପ୍ରକଳ୍ପ ବଦଳରେ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories