www.samajalive.in
Saturday, December 6, 2025
14.1 C
Bhubaneswar

ଆମପାଣିରେ ବାହାଦି ଠାକୁରଙ୍କ ମନ୍ଦିର ପ୍ରତିଷ୍ଠିତ

ଲଡୁଗାଁ: କେଉଁ ଏକ ଆବହମାନ କାଳରୁ ଆଦିବାସୀ ପରମ୍ପରା ସହ ଶାକ୍ତ ଅଭିଚାର ତନ୍ତ୍ରଧାରାରେ ପୂଜା ପାଆନ୍ତି କଳାହାଣ୍ଡି ଜିଲ୍ଲାର ଦେବାଦେବୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଶ୍ଵ ପ୍ରସିଦ୍ଧ ପ୍ରଭୁ ବୁଢ଼ାରଜାଙ୍କ ପୀଠ ତଥା କଳାହାଣ୍ଡି ସୀମାନ୍ତ ଆମପାଣି ଗାଁ ବାହାଦି ପାହାଡ଼ରେ ରହିଛି ପବନ ଦେବତା ବାହାଦି ଠାକୁରଙ୍କ ପୀଠ। ଦୀର୍ଘ ବର୍ଷରୁ ପୂଜକ କୃତିବାସ ପୁଝାରୀଙ୍କ ପୁର୍ବ ପୁରୁଷ ବଂଶାନୁକ୍ରମିକ ଭାବରେ ପୂଜା କରି ଆସୁଛନ୍ତି। ଠାକୁରଙ୍କୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଏଥିସହ ରହିଛି ପ୍ରଭୁ ବୁଢ଼ାରଜାଙ୍କ ସହ ସମ୍ପର୍କ। ତେବେ ରବିବାର ପ୍ରଭୂ ବାହାଦି ଠାକୁରଙ୍କ ଉଦ୍ଦେଶ୍ୟରେ ଅର୍ଦ୍ଧ ନିର୍ମିତ ମନ୍ଦିର ସମ୍ପୂର୍ଣ୍ଣ ହୋଇ ପ୍ରତିଷ୍ଠା ହୋଇଛି। ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ ବାହାଦି ଠାକୁରଙ୍କୁ ସେବା ପାଇଁ ପଞ୍ଚାୟତ ପାଣ୍ଠିରୁ ଅର୍ଦ୍ଧ ନିର୍ମିତ ମନ୍ଦିରକୁ ସମ୍ପୂର୍ଣ୍ଣ ଓ ନୂତନ ନଳକୂପ ଖନନ କରିବାର ସୌଭାଗ୍ୟ ପାଇ ଖୁସି ବ୍ୟକ୍ତ କରିଥିଲେ। ପ୍ରତିଷ୍ଠା ଉତ୍ସବରେ ଗାଁ ଗୌନ୍ତିଆ ଋତୁରାଜ ମାଝୀ, ପୂଜକ କୃତିବାସ ପୁଝାରୀ, ମହେଶର ପୁଝାରୀ, ଜାନୀ ପୂଜାରୀ ଦଶରଥ ପୁଝାରୀ, ମନୋରଞ୍ଜନ ବାଣୁଆ, ଜିତେନ୍ଦ୍ର ପଣ୍ଡା, କୁମୁଦ ପୁଝାରୀ,ସନ୍ତୋଷ ମାଝୀ, ବି.ଭାସ୍କର ରାଓ, କେଶରୀ ମାଝୀ,ବିଘ୍ନେଶ୍ୱର ନାଏକ ତଥା ଜନ ସାଧାରଣ ଉପସ୍ଥିତ ରହି ଠାକୁରଙ୍କ କୃପା ସାନିଧ୍ୟ ଲାଭ କରିଥିଲେ। ତେବେ ଆସନ୍ତା ସପ୍ତାହରେ ଠାକୁରଙ୍କ ତେଲ ହଳଦୀ ଯାତ୍ରା ରହି ଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories