www.samajalive.in
Saturday, December 6, 2025
17.1 C
Bhubaneswar

ଅଟୋ ରିକ୍ସାକୁ ଧକ୍କା ଦେଲା ଟ୍ରାକ୍ଟର, ୭ ଆହତ ଦୁଇ ଗୁରୁତର

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ହସନପୁର ଟୋଲ୍ ଗେଟ୍ ନିକଟରେ ଅଘଟଣ। ଟ୍ରାକ୍ଟର ସହ ଅଟୋ ମୁହାଁମୁହିଁ ଧକ୍କାରେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ  ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଉଥିଲା। ମିଳିଥିବା ଖବର ଅନୁସାରେ ଜାତୀୟ ରାଜପଥ ୨୦ ହସନପୂର୍ ଟୋଲ୍ ଗେଟ୍ ନିକଟରେ ପଞ୍ଚିମବଙ୍ଗ ରୁ ତାରିଣୀ ଦର୍ଶନ ପାଇଁ ଆସିଥିବା ଗୋଟିଏ ଯାତ୍ରୀବାହୀ ଅଟୋ ରିକ୍ସା ରାସ୍ତାରେ ଠିଆ ହୋଇଥିବା ବେଳେ ଏକ  ଟ୍ରାକ୍ଟର ଆସି ଧକ୍କା ଦେଇଥିଲା। ଫଳରେ ଅଟୋ ଥିବା ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତ ଙ୍କ ମଧ୍ୟରେ ତିନିଜଣ ପୁରୁଷ ଏବଂ ୪ ଜଣ ମହିଳା ଅଛନ୍ତି। ସେଥିମଧ୍ୟରୁ କିଛି ଗୁରୁତର ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories