କୁମାରପୁର ପଞ୍ଚାୟତରେ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା

ଗୁରୁଡିଝାଟିଆ : ସାଢେ ୪କୋଟି ଓଡିଆ ମୋର ପରିବାର । ସେମାନଙ୍କ ନିକଟରେ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ଓ ସେମାନଙ୍କ ମୁହଁରେ ହସ ଫୁଟାଇବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହନୀୟ ଲକ୍ଷ୍ୟକୁ ଚରିତାର୍ଥ କରିବା ପାଇଁ ଆଠଗଡ ବିଜେଡି ପକ୍ଷରୁ କୁମାରପୁର ପଞ୍ଚାୟତରେ ଶୁକ୍ରବାର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୁମାରପୁରରୁ ବଳିପୁର ପର୍ଯ୍ୟନ୍ତ ଅନୁଷ୍ଠିତ ଜନସଂପର୍କ ପଦଯାତ୍ରାରେ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିର୍ବାଚନ ମଣ୍ଡଳୀର ୬୦ହଜାର ଚୁଲିମୁଣ୍ଡରେ ସରକାରଙ୍କ ବିକାଶର ଧାରା ଓ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା, ଚେତନା ଓ ଭଲପାଇବାକୁ ପହଞ୍ଚାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ସ୍ୱାଇଁ କହିବା ସହ ସମସ୍ତ ପରିବାର ଆମ ସଦସ୍ୟ ବୋଲି କହିଥିଲେ । ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟା ମିନତୀ ଗାଗରାଇ, ସରପଞ୍ଚ ଦୀପକ ଆଚାର୍ଯ୍ୟ, କଣ୍ଡରେଇ ସରପଞ୍ଚ ଜ୍ଞାନରଞ୍ଜନ ଦାସ, ବିଜୁ ଯୁବଜନତାଦଳ ସଭାପତି ବିନୋଦ କୁମାର ମାଝି, ଜିଲ୍ଲା ବିଜେଡି ସଂପାଦକ ପ୍ରଦୀପ୍ତ ଦାସ, ରମେଶ ଚନ୍ଦ୍ର ଘଡେଇ, ସନାତନ ଦଳାଇ, ରିମଝିମ ରାଉତଙ୍କ ସହିତ ବହୁ ନିର୍ବାଚିତ ପ୍ରତିନିଧିମାନେ ଜନସଂପର୍କ ପଦଯାତ୍ରାରେ ଯୋଗଦେଇଥିଲେ।

kalyan agarbati

Comments are closed.