www.samajalive.in
Sunday, December 7, 2025
23.1 C
Bhubaneswar

ଆଜି କୁମାର ପୂର୍ଣ୍ଣିମା

ଭୁବନେଶ୍ୱର : ଆଜି କୁମାର ପୂର୍ଣ୍ଣିମା । କୁଆଁର ପୂନେଇଁ ଜହ୍ନଟ୍ଟ ଗୋ ଫୁଲ ବଉଳବେଣୀ ସଙ୍ଗୀତ କୁମାରୀଙ୍କ କଣ୍ଠରୁ ଆଜି  ଭାସି ଆସିବ। ପ୍ରତିବର୍ଷ ଅନେକ ଅନୁଷ୍ଠାନ କୁଆଁର ପୂନେଇଁ ମହୋତ୍ସବ ପାଳନ କରୁଥିଲେ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସାମୁହିକ ମହୋତ୍ସବ ହେଉନାହିଁ । ମହାଦେବ ଶିବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ପୂଜା ସହିତ କୁମାର ପୂର୍ଣ୍ଣିମା ପୂଜା ସାମଞ୍ଜସ୍ୟ ରହିଥିବା ପୁରାଣରେ ବର୍ଣ୍ଣିତ ରହିଛି । ସୁନ୍ଦର ବରପ୍ରାପ୍ତି ପାଇଁ କନ୍ୟାମାନେ ଏହି ପୂଜା କରିଥାନ୍ତି। ପାହାନ୍ତାରେ ଚାନ୍ଦକୁ ଆଞ୍ଜୁଳି ଟେକିବେ ଏବଂ ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରକୁ ବନ୍ଦାଣ କରିବେ କୁମାରୀ କନ୍ୟା ।
କୁମାର ପୂର୍ଣ୍ଣିମା ପାଇଁ ନୂଆ ଜାମା ଓ ଆଞ୍ଜୁଳି ଚାଙ୍ଗୁଡ଼ା ସଜାଡ଼ିବା ପାଇଁ ତାଳଗୋଟମା, ଖଟାକମଳା, କଞ୍ଚାଗୁଆ, କଷି ଜହ୍ନିଭେଣ୍ଡି, ଜହ୍ନିଫୁଲ, ଖଇ, କଉଡ଼ି, ଆଖୁ, କଇଁଥ, କଦଳୀ, ନଡ଼ିଆ ଓ ନୂଆ କୁଲେଇ ପ୍ରଭୃତି କିଣି ପୂଜାର୍ଚ୍ଚନା କରାଯାଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories