www.samajalive.in
Monday, December 15, 2025
24.1 C
Bhubaneswar

କୁଚିଣ୍ଡାରେ ବନ୍ଦ ପାଳନ, ମନ୍ତ୍ରୀ ଟୁକୁନି ସାହୁଙ୍କୁ ସାଢେ ୪ ଘଣ୍ଟା ଅଟକ

କୁଚିଣ୍ଡା: ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ସକାଶେ ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କାରୀଙ୍କୁ ମଙ୍ଗଳବାର ବହିରାଗତ ବିଜେଡି କର୍ମୀଙ୍କ ଦ୍ୱାରା ମାଡମରା ଯିବା ପ୍ରତିବାଦରେ ଆଜି ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ କୁଚିଣ୍ଡାରେ ବନ୍ଦ ପାଳନ କରାଯାଇଥିଲା। ଫଳରେ ସାଧାରଣ ଜିବନଯାତ୍ରା ବ୍ୟାହତ ହୋଇଥିଲା। ଅନ୍ୟପକ୍ଷେ ଆଜି ବାଉରୀଗୋଡା, ହାଡିପାଲି, ଖଣ୍ଡୋକଟା ପଞ୍ଚାୟତରେ କାର୍ଡ ବଣ୍ଟନ ପାଇଁ ରହିଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ରହିଥିବା ବେଳେ ଆନ୍ଦୋଳନକାରୀଙ୍କ ଦ୍ୱାରା ସାଢେ ଚାରି ଘଣ୍ଟା ଅଟକ ହେବା ଘଟଣା ଆଲୋଡନ ସୃଷ୍ଟି କରିଛି।

ସମ୍ବଲପୁର ଜିଲାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ସକାଶେ ବ୍ୟାପକ ପୁଲିସ ବଳୟରେ କୁଚିଣ୍ଡାରେ ମୂଖ୍ୟମନ୍ତ୍ରୀଙ୍କ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଭା ମୁକୁନ୍ଦି ପଡିଆରେ ଚାଲିଥିବା ବେଳେ ବସଷ୍ଟାଣ୍ଡ ନିକଟରେ କଂଗ୍ରେସ ଓ ବିଜେପି କର୍ମି ମାନେ ଶାନ୍ତିପୁର୍ଣ୍ଣ ସରକାର ବିରୋଧି ସ୍ଲୋଗାନ ଦେଇ ଶୋଭାଯାତ୍ରା କରିଥିଲେ। ମାତ୍ର ବସଷ୍ଟାଣ୍ଡର ମନ୍ଦିର ନିକଟରେ ବରଗଡ ଅଞ୍ଚଳରୁ ଆସିଥିବା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଯୁବକମାନେ ସଂଘବଦ୍ଧ ଭାବେ ଶୋଭାଯାତ୍ରାକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଜୟନ୍ତ କିସାନ ଗୁରତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେହିପରି ବିଜେପି ଦଳର ଏକାଧିକ କର୍ମି ଆହତ ହୋଇଥିବା ଅଭିଯୋଗ ହୋଇଥିଲା।

- Advertisement -

ଏହି ଘଟଣା ପ୍ରଚାର ହେବା ପରେ ଉପଖଣ୍ଡରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ଗତକାଲି ଆହତ କର୍ମୀଙ୍କ ପକ୍ଷରୁ କୁଚିଣ୍ଡା ଥାନାରେ ଅଭିଯୋଗ କରିବା ସହ ଆଜି କୁଚିଣ୍ଡା ବନ୍ଦ ଘୋଷଣା କରିଥିଲେ। ବୁଧବାର ସକାଳେ କଂଗ୍ରେସ ଏବଂ ବିଜେପି ଦଳ ପକ୍ଷରୁ ପିକେଟଂ କରି ସହରରେ ବନ୍ଦ କରାଯାଇଥିଲା। ଦୋକାନ, ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ କୋର୍ଟ କଚେରୀ ଆଦି ବନ୍ଦ କରିଥିଲେ। ଗାଡି ଚଳାଚଳ ବନ୍ଦ ରହିଥିଲା। ଆନ୍ଦୋଳନକାରୀମାନେ ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କୁଚିଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କାର୍ଡ ବଣ୍ଟନ ସକାଶେ ରହିଥିବା ସୂଚନା ପାଇବା ପରେ ପୂର୍ବାହ୍ନ ପ୍ରାୟ ସାଢେ ୭ଟାରେ ଆନ୍ଦୋଳନକାରୀ ମାନେ ଶୋଭାଯାତ୍ରାରେ ଯାଇ ଡାକ ବଙ୍ଗଳାକୁ ଘେରାଉ କରିବା ସହ ବିକ୍ଷୋଭ କରିଥିଲେ। ପରେ ଡାକ ବଙ୍ଗଳା ଫାଟକ ସମ୍ମୁଖରେ ବିଜେପି ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରୀଆ, ପୂର୍ବତନ ନଗରପାଳ ତଥା ଟାଉନ କଂଗ୍ରେସ ସଭାପତି ଅଖିଳ ପ୍ରତାପ ସିଂ ପ୍ରମୁଖଙ୍କ ନେତୃତ୍ୱରେ ଧାରଣା ଦେଇଥିଲେ। ପୁଲିସ ପରିସ୍ଥିତିକୁ ଦେଖି ବ୍ୟାପକ ଫୋର୍ସ ମୃତୟନ କରିଥିବା ଦେଖାଯାଇଥିଲା। ମାତ୍ର ମଧ୍ୟାହ୍ନରେ ବିଜେଡିର କର୍ମୀମାନେ ଏକ ଶୋଭାଯାତ୍ରାରେ ବିଜେପି ବିରୋଧି ସ୍ଲୋଗାନ ଦେଇ ଡାକବଙ୍ଗଳାରେ ଧଶେଇ ପସିବାକୁ ଉଦ୍ୟମ କରିଥିଲେ। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଉଭୟ ଗୋଷ୍ଠୀ ଧସ୍ତାଧସ୍ତା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଥିଲା। ପୁଲିସ ସଂଗେସଂଗେ ଉପସ୍ଥିତ ବୁଦ୍ଧି ଲଗେଇ ମଧ୍ୟଭାଗରେ ଧାଡିରେ ରହିଯିବାରୁ କେବଳ ନାରାବାଜି ସାମୟିକ ଭାବେ ଆନ୍ଦୋଳନ ଚାଲିଥିଲା। ପୁଲିସ ସଂଗେ ସଂଗେ ବିଜେପି ଓ କଂଗ୍ରେସର ଆନ୍ଦୋଳନକାରୀଙ୍କୁ ଗିରଫ କରି ଗାଡିରେ ନେଇଯିବା ପରେ ଆନ୍ଦୋଳନ ଥମିଥିଲା। ତେବେ ଆନ୍ଦୋଳନକାରୀମାନେ ପୁଣି ଥାନାରେ ତାଙ୍କ ଆନ୍ଦୋଳନ ଜାରୀ ରଖି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଅପରାହ୍ନ ପ୍ରାୟ ୪ଟାରେ ପୁଲିସ ଆନ୍ଦାଳନକାରୀଙ୍କୁ ହିଂସାକାଣ୍ଡ ଘଟେଇଥିବା ଦୁର୍ବୃର୍ତ୍ତଙ୍କୁ ଗିରଫ କରିବକୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନକାରୀମାନେ ଶାନ୍ତ ହୋଇଥିବା ଦେଖାଯାଇଥିଲା।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories