www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରଶାସନିକ ପରିପକ୍ୱ ନିଷ୍ପତ୍ତିର ଅଭାବରୁ ମନ୍ତ୍ରୀ ଟୁକୁନି ସାହୁ ହଟହଟା

କୁଚିଣ୍ଡା: ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମର୍ଥକଙ୍କ ଦ୍ୱାରା ହିଂସାକାଣ୍ଡ ଅଭିଯୋଗ ଓ ବିରୋଧି ଦଳର ବନ୍ଦ ପାଳନ ଘୋଷଣା ସତ୍ୱେ ଏଠାରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକ ବ୍ୟବସ୍ଥିତ ତତ୍କାଳ ନିଷ୍ପତ୍ତି ଅଭାବରୁ ମନ୍ତ୍ରୀ ଟୁକୁନି ସାହୁ ହଟହଟା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସଚେତନ ମହଲରେ ଆଲୋଡନ ସୃଷ୍ଟି କରିଛି। ଅନ୍ୟପକ୍ଷେ ଶାସକ ଦଳ ଓ ବିରୋଧି ଦଳ ମଧ୍ୟରେ ସୃଷ୍ଟ ବିବାଦକୁ ସାମାଧାନ ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ପ୍ରଶାସନ ନିରବ ରହିବା ଏବଂ ଆଜି ଦୀର୍ଘ ସମୟ ଧରି ବିରୋଧି ଦଳକୁ ଆନ୍ଦୋଳନ କରିବାକୁ ସୁଯୋଗ ଦେବା ଯୋଗୁଁ ମନ୍ତ୍ରୀ ଟୁକୁନି ସାହୁ ନାହିଁ ନଥିବା ପରିସ୍ଥିତିରେ ରହିଥିବା ଦେଖାଯାଇଛି।

ବୁଧବାର ସକାଳ ସକାଳେ ମନ୍ତ୍ରୀ ଟୁକୁନି ସାହୁ ବାଉରୀଗୋଡା, ହାଡିପାଲି, ଖଣ୍ଡୋକଟା ଏବଂ ଅର୍ଡାବାହାଲରେ କାର୍ଡ ବଣ୍ଟନ ସକାଶେ ଧାର୍ଯ୍ୟ ହୋଇଥିଲା। ସେ ସକାଳେ ପହଞ୍ଚି ଥିଲେ। ତେବେ ଆନ୍ଦୋଳନକାରୀମାନେ ଏସଂକ୍ରାନ୍ତରେ ସୂଚନା ପାଇବା ପରେ ପ୍ରାୟ ୭ଟା ୩୦ମିନିଟରେ ପୂବର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆନ୍ଦୋଳନକାରୀମାନେ ପହଂଚି ନାରାବାଜୀ କରିଥିଲେ। ଉକ୍ତ ସମୟରେ ସେଠାରେ ମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ବ୍ୟତୀତ କେହି ପୁଲିସ ମୁତୟନ ନଥିଲେ। ସଂଗେ ସଂଗେ ସୁରକ୍ଷା କର୍ମୀ ମନ୍ତ୍ରୀଙ୍କୁ ସୁରକ୍ଷା କରିବା ସକାଶେ ଦୁଆର ମୁହଁକୁ ତାଲା ଦେଇ ବନ୍ଦ କରିଥିଲେ। ଫଳରେ ତଳେ ଆନ୍ଦୋଳନକାରୀମାନେ ନାରାବାଜି କରିଥିଲେ। ପରେ କୁଚିଣ୍ଡା ଥାନା ଅଧିକାରୀ ଦୌଡି ଦୌଡି ପହଂଚି ଥିଲେ। ପରେ ପହଂଚି ଥିଲେ ଏସଡିପିଓ। ପରେ କେତେକ ପୁଲିସ ସାଧା ପୋଷାକରେ ଆସିଥିଲେ। ପରେ ଫୋର୍ସ ଆସିଥିବା ପ୍ରକାଶ। ଫଳରେ ଉପଖଣ୍ଡ ପ୍ରଶାସନ ବା ଜିଲା ପ୍ରଶାସନ କିପରି ଦାୟିତ୍ୱର ସହ କାମ କରୁଥିଲେ ତାକୁ ନେଇ ନାନା ସଂଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷେ ମଧ୍ୟାହ୍ନରେ ବିଜେଡି ଦଳର ସମର୍ଥକମାନେ ଆନ୍ଦୋଳନ କରି ଉତ୍ତେଜକ ପରିସ୍ଥିତି ସୃଷ୍ଟି ପରେ ବିରୋଧି ଆନ୍ଦୋଳନକାରୀଙ୍କୁ ଗିରଫ କରିବା ପରି ବିଳମ୍ବିତ ନିଷ୍ପତ୍ତି ଯୋଗୁଁ ଏହି ବିବାଦ ଅଧିକ ତୀବ୍ର ହୋଇଥିବା ଚର୍ଚ୍ଚା ହେଉଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories