www.samajalive.in
Saturday, December 6, 2025
23.1 C
Bhubaneswar

କୁବେର ଯୋଗ; ୨୦୨୫ ପର୍ଯ୍ୟନ୍ତ ଏହି ୩ ରାଶିଙ୍କର ଚମକିବ ଭାଗ୍ୟ, ମିଳିବ ସଫଳତା,ଧନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେକୌଣସି ଗ୍ରହଙ୍କ ଚଳନ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ପ୍ରଭାବ ପକାଇଥାଏ । ପ୍ରତ୍ୟେକ ଗ୍ରହ ନିର୍ଦ୍ଧାରିତ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ଗୁରୁ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରିବା ପାଇଁ ୧୩ ମାସ ସମୟ ନେଇଥାଆନ୍ତି । ଗୁରୁଙ୍କୁ ସୁଖ-ସମୃଦ୍ଧି, ଧନ-ବୈଭବ, ମାନ-ସମ୍ମାନର କାରକ ବୋଲି କୁହାଯାଏ ।
ମେ ୨୦୨୪ରେ ଗୁରୁ ମେଷ ରାଶିରୁ ବୃଷ ରାଶିରେ ପ୍ରବେଶ କରି ସାରିଛନ୍ତି । ୨୦୨୫ ମେ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଗୁରୁଙ୍କ ବୃଷ ରାଶିରେ ଚଳନ କୁବେର ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଶୁଭ ରାଜଯୋଗ ୩ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ଜାଣନ୍ତୁ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଯୋଗ ବେଶ ଶୁଭଫଳ ପ୍ରଦାନ କରିବ । ସମସ୍ତ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହେବ । ପଦନ୍ନୋତି ହେବା ସହ ଲାଭ ମିଳିବ । ମେ ୨୦୨୫ ପର୍ଯ୍ୟନ୍ତ ଗୁରୁ ଗ୍ରହଙ୍କ ଆଶୀର୍ବାଦ ମିଳିବ । ଦମ୍ପତିଙ୍କ ବୈବାହିକ ଜୀବନ ସୁଖମୟ ହେବ । ଜୀବନରେ ଶାନ୍ତି ରହିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ହଠାତ୍ ଧନ ପ୍ରାପ୍ତି ହେବ । ଭାଗ୍ୟର ଖୁବ୍ ସାଥ୍ ମିଳିବ । ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟୀ ଲାଭବାନ୍ ହେବେ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ପରିବାର ସଦସ୍ୟଙ୍କୁ ଶୁଭ ଖବର ମିଳିବ ।

- Advertisement -

ସିଂହ – ଗୁରୁଙ୍କ ଚଳନ ଫଳରେ କୁବେର ଯୋଗ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ । ଏହି ସମୟରେ ଭାଗ୍ୟର ସାଥ୍ ମିଳିବ । ଦେଶ-ବିଦେଶରେ ଭ୍ରମଣ କରିବାର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଧନ ଲାଭର ଯୋଗ ରହିଛି । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହେବା ସହ ବେତନ ବୃଦ୍ଧି ହେବ ।

୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଆୟରେ ନୂଆ ରାସ୍ତା ସାମ୍ନାକୁ ଆସିବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ଜୀବନରେ ଉନ୍ନତି ହେବ । ଦୀର୍ଘ ଦିନର ଅଟକି ଥିବା କାର୍ଯ୍ୟ ପୂରଣ ହେବ । ବିଦ୍ୟାର୍ଥୀ ସଫଳତା ପାଇବେ । ବିଦେଶ ଯିବାର ଯୋଗ ରହିଛି ।

ସାବଧାନ୍ ; ଗୁପ୍‌ଚୁପ୍ ଖାଇଲେ ହୋଇପାରେ କର୍କଟ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories