www.samajalive.in
Saturday, December 6, 2025
23.1 C
Bhubaneswar

ଓଡ଼ିଶାରେ ହକି ଇଣ୍ଡିଆ ଲିଗ୍‌: ଡିସେମ୍ବର ୨୭ରୁ ପ୍ରତିଯୋଗିତା, ଭାଗନେବ ଓଡ଼ିଶାରୁ ଗୋଟିଏ ଦଳ

କଟକ  : ଓଡ଼ିଶା ଫେରିବ ହକି ଇଣ୍ଡିଆ ଲିଗ୍‌। ହକି ଇଣ୍ଡିଆ ଲିଗ୍‌ ୨୦୨୪ -୨୫ ଆସନ୍ତା ଡିସେମ୍ବର ୨୭ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ। ୭ ବର୍ଷ ପରେ ପୁଣି ଥରେ ହକି ଇଣ୍ଡିଆ ଲିଗ୍‌ ଆୟୋଜିତ ହେବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଉଛି ଏଥର ପୁରୁଷ ଓ ମହିଳା ବର୍ଗରେ ହକି ଇଣ୍ଡିଆ ଲିଗ୍‌ ଆୟୋଜିତ ହେବାକୁ ଯାଉଛି। ପୁରୁଷରେ ୮ ଓ ମହିଳାରେ ୬ଟି ଦଳ ଅଂଶଗ୍ରହଣ କରିବ। ପ୍ରତିଯୋଗିତା ରାଉରକେଲା ଓ ରାଞ୍ଚିରେ ଖେଳାଯିବ। ଓଡ଼ିଶାରୁ ଗୋଟିଏ ଦଳ ଏଥିରେ ସାମିଲ ହେବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି। ହକି ଇଣ୍ଡିଆ ଲିଗ୍‌ ଲାଗି ପୁରୁଷ ଓ ମହିଳା ବର୍ଗରେ ଖେଳାଳି ନିଲାମ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହାଛଡ଼ା ବିଭିନ୍ନ ଦଳ ଲାଗି ପ୍ରଶିକ୍ଷକ ଓ ସହଯୋଗୀ ସଦସ୍ୟ ନିଯୁକ୍ତ ଲାଗି ନାମ ପଞ୍ଜୀକରଣ ଆରମ୍ଭ ହୋଇଛି। ପୂର୍ବରୁ ହକି ଇଣ୍ଡିଆ ଲିଗ୍‌ରେ କଳିଙ୍ଗ ଲାନ୍ସର୍ସ ଅଂଶଗ୍ରହଣ କରୁଥିଲା। କଳିଙ୍ଗ ଲାନ୍ସର୍ସ ଦଳ ଇଡ୍‌କୋ ଓ ଏମ୍‌ସିଏଲ ସହଯୋଗ​‌ରେ ଅଂଶଗ୍ରହଣ କରିଥିଲା। ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶାରୁ ଉଭୟ ପୁରୁଷ ଓ ମହିଳାରେ ଗୋଟିଏ ଲେଖାଏଁ ଦଳ ଅଂଶଗ୍ରହଣ କରିବେ।  ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏସଲ) ୨୦୧୩ରୁ ଆରମ୍ଭ ହୋଇଥିଲା। ୨୦୧୪ରେ ଓଡ଼ିଶାରୁ କଳିଙ୍ଗ ଲାନ୍ସର୍ସ ଅଂଶଗ୍ରହଣ କରିଥିଲା। କଳିଙ୍ଗ ଲାନ୍ସର୍ସର ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡ଼ିୟମ ରହିଥିଲା। ପ୍ରଥମ ସଂସ୍କରଣରେ କଳିଙ୍ଗ ଲାନ୍ସର୍ସ ୬ଷ୍ଠ ସ୍ଥାନ ହାସଲ କରିଥିଲା। ୨୦୧୫ରେ ୫ମ ସ୍ଥାନ, ୨୦୧୬ରେ ରନର୍ସଅପ ହୋଇଥିଲା। ୨୦୧୭ରେ ଚମ୍ପିଆନ ହୋଇଥିଲା।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories