ରାଜଧାନୀ କୁଆଖାଇ ପଠାରୁ ଅର୍ଦ୍ଧ ଦଗ୍ଧ ମୃତ ଦେହ ମିଳିବା ଘଟଣା

0

ଭୁବନେଶ୍ୱର:  ରାଜଧାନୀର କୁଆଖାଇ ପଠାରେ ଜଣେ ଯୁବକଙ୍କର ଅର୍ଦ୍ଧଦଗ୍ଧ ମୃତ ଦେହ ମିଳିବା ଘଟଣା । ଏହା ହତ୍ୟା ନୁହେଁ ଆତ୍ମହତ୍ୟା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ଓ୍ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି ।   କୁଆଖାଇ ପଠାରୁ ଉନ୍ମୟ ପାଢୀଙ୍କର ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିଥିଲା । ତାଙ୍କ ପେଟରେ ଏକ ଛୁରୀ ଭୁଷା ହେବା ସହ ପାଖରେ ଏକ ହାତୁଡି ପଡିଥିଲା । ମୃତ ଦେହ ଉପରେ ତାଙ୍କର ପୋଡା ଲ୍ୟାପଟପ ରହିଥିଲା । ନିକଟରେ  ଏକକ ବାଇକ ରହିଥିଲା ।  ନଦୀ ପଠାରେ କିଛି ମହିଳାଙ୍କ ଚପଲ ପଡିଥିବାର ଦେଖିବାକୁ ମିଳିଥିଲା । ପ୍ରଥମେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିଲା ।

ପୂର୍ବରୁ ଉନ୍ମୟ ନିଜ ମହିଳା ସହକର୍ମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରିବା ଅଭିଯୋଗରେ ଜେଲ୍‌ ଯାଇଥିଲା । ଏହି ଘଟଣା ପରେ ସେହି ମହିଳାଙ୍କୁ ପୁଲିସ ଜେରା କରିଥିଲା । ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପାରିପାର୍ଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନ କରାଯାଇଥିଲା। ପରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନର ଜଣେ ବିଶେଷଜ୍ଞଙ୍କର ପରାମର୍ଶ ନିଆଯାଇଥିଲା ।ସେ ଉନ୍ମୟ ନିଜେ ଛୁରୀ ଭୁଷିହେବା ପରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି  ଆଶଙ୍କା କରୁଛନ୍ତି ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି ।  ମେଡିକାଲ ରିପୋର୍ଟରେ ଏହା ହତ୍ୟା ନୁହେଁ ବଂର ଆତ୍ମହତ୍ୟା ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply