www.samajalive.in
Monday, December 8, 2025
14.1 C
Bhubaneswar

ଦୁଇ କରୋନା ଯୋଦ୍ଧାଙ୍କ ସମେତ ଜିଲାରେ ୯୫ ପଜିଟିଭ, କୋଟଗଡ଼ ମେଡ଼ିକାଲ୍‍ ୩ ଦିନ ପାଇଁ ସଟ୍‍ଡ଼ାଉନ୍‍

ଫୁଲବାଣୀ: କନ୍ଧମାଳ ଜିଲ୍ଲାରୁ ଆଜି ପୁଣି ୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚିଛି। ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଯାହା ଜିଲା ପ୍ରଶାସନର ଚିନ୍ତା ବଢାଇଛି। ଏହି ଚିହ୍ନଟଙ୍କ ମଧ୍ୟରେ ୬୪ଜଣ ପୁରୁଷ ଓ ୩୧ଜଣ ମହିଳା ଅଛନ୍ତି। ସେହିମାନଙ୍କ ମଧ୍ୟରେ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ସଂକ୍ରମିତଙ୍କ ବୟସ ୧୭ ବର୍ଷରୁ ରୁ ୬୦ ବର୍ଷ ମଧ୍ୟରେ ରହିଛି। ସଂକ୍ରମିତ ମଧ୍ୟରୁ ଫୁଲବାଣୀରୁ ୧୭ଜଣ ହୋଇଥିବା ବେଳେ ବାଲିଗୁଡ଼ାରୁ ୧୫ଜଣ, ଘୂ, ଉଦୟଗିରିରୁ ୪, ଦାରିଙ୍ଗିବାଡ଼ିରୁ ୧୭ଜଣ, ଟିକାବାଲିରୁ ୬ ଜଣ, କୋଟଗଡ଼ରୁ ୮ଜଣ, ଚକାପାଦରୁ ୧୧ଜଣ, ରାଇକିଆରୁ ୮ଜଣ, ତୁମୁଡ଼ିବନ୍ଧରୁ ୮ ଜଣ ହୋଇଥିବା ବେଳେ ଅନ୍ୟ ଏକ ଅଂଚଳରୁ ଜଣେ ସଂକ୍ରମିତ ଥିବା ଜଣାପଡ଼ିଛି। ଆଜି ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତଙ୍କ ଦ୍ୱାରା କ୍ଲୋଜ କଣ୍ଟାକ୍ଟରେ ଆସିଥିବା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବା ସହିତ ଲାଗୁ ହୋଇଥିବା କରୋନା କଟକଣାକୁ ମାନି ଚଳିବାକୁ ପରାମର୍ଶ ଦିଆଯାଇଛି। ଜିଲାରେ ଚିହ୍ନଟ ୧୯୬୫ଜଣ ମଧ୍ୟରୁ ୧୪୧୭ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ୭ଜଣ ସଂକ୍ରମିତଙ୍କର ଆଜି ମଧ୍ୟରେ ମୃତ୍ୟୁ ହୋଇ ଯାଇଛି। ବାକି ୫୪୧ ଜଣ ବର୍ତମାନ ଚିକିତ୍ସିତ ହେଉଥିବା ଜଣା ପଡିଛି। ଏମାନଙ୍କ ମଧ୍ୟରୁ ୮ଜଣଙ୍କୁ ଭୁବନେଶ୍ୱର କିମସ୍‍ କୋଭିଡ଼-୧୯ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଜିଲାରେ ବର୍ତମାନ ପ୍ରତ୍ୟେକ ଦିନ ଏକ ହଜାରୁ ଉର୍ଦ୍ଧ କରୋନା ଟେଷ୍‍ଟ ହେଉଥିବାରୁ ଏତେ ସଂଖ୍ୟକ ପଜିଟିଭ ଚିହ୍‍ଟ ହେଉଥିବା ପ୍ରଶାସନ ପକ୍ଷରୁ କହାଯାଇଛି। ଏଥିପାଇଁ କୌଣସି ପ୍ରକାର ଭୟଭୀତ ନହେବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ନିବେଦନ କରାଯିବା ସହିତ ସରକାରଙ୍କ କୋଭିଡ଼ -୧୯ ନିୟମକୁ ମାନି ଚଳିବାକୁ କୁହାଯାଇଛି।

ଅନ୍ୟପକ୍ଷରେ କୋଟଗଡ଼ ସରକାରୀ ମେଡ଼ିକାଲ ଆଗାମି ତିନି ଦିନ ପାଇଁ ସଟ୍‍ଡ଼ାଉନ୍‍ ହୋଇଛି। ମେଡ଼ିକାଲ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ନମୁନା ପଜିଟିଭ ଆସିଥିଲା। ଯାହା ଫଳରେ ତାଙ୍କୁ ହୋମ କ୍ୱାରେନଟାଇନରେ ରଖାଯାଇଛି। ଅନ୍ୟ କୈାଣସି ଡ଼ାକ୍ତର ଏହି ମେଡ଼ିକାଲରେ ନାହାନ୍ତି। ଯାହା ଫଳରେ କୋଟଗଡ଼ ମେଡ଼ିକାଲକୁ ତିନି ଦିନପାଇଁ ସଟଡ଼ାଉନ ଘୋଷଣା କରିଛନ୍ତି ମେଡ଼ିକାଲ ଅଧିକାରୀ। ଏହା ସହିତ କିଛି କର୍ମଚାରୀଙ୍କର ମଧ୍ୟ କରୋନା ପଜିଟିଭ ଆସିଥିବବା ଜଣାପଡ଼ିଛି। ସୁଚନା ପ୍ରକାରେ ଉକ୍ତ ମେଡ଼କାଲରେ ଜଣେ ମେଡ଼ିକାଲ ଅଧିକାରୀ ଥିବା ବେଳେ ନିଜେ ହିଁ ରୋଗିଙ୍କ ସେବାରେ ଲାଗି ରହିଛନ୍ତି। କରୋନା ଆରମ୍ଭ ହେବାଠାରୁ ମାର୍ଚ୍ଚ ମାସ ଠାରୁ ବିନା ଛୁଟିରେ ଲଗାତାର କାର୍ୟ୍ୟ କରି ଚାଲିଛନ୍ତି। ମେଡ଼ିକାଲକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବା ସହିତ ଡ଼ାକ୍ତରୀ ସେବାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି। ଅଧିକ ସ୍ରଂକମଣ ରୋଗିବାକୁ ଏପରି ପଦକ୍ଷପ ନିଆଯାଇଥିବା ବିଭାଗିୟ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories