MEllora 950×100

କେଉଁ ବ୍ଲକ ହାତକୁ ଯିବ ଜିଲା ପରିଷଦ ଅଧ୍ୟକ୍ଷା ପଦ, କିଏ ହେବେ ଅଧ୍ୟକ୍ଷା : ବଢୁଛି ଉତ୍ସୁକତା

କୋରାପୁଟ ଜିଲା ପରିଷଦ

ଲକ୍ଷ୍ମୀପୁର : କୋରାପୁଟ ଜିଲାପରିଷଦ ଅଧ୍ୟକ୍ଷ ପଦ ପାଇଁ  ରବିବାର  ନିର୍ବାଚନ ହେବ, ତେବେ କେଉଁ ବ୍ଲକ ଅଧ୍ୟକ୍ଷ ପଦ ଅକ୍ତିଆର କରୁଛି  ତା’ ଉପରେ ସମସ୍ତଙ୍କ ନଜର। ଜିଲାରେ ଲଗାତର ଦୁଇଥର କୋରାପୁଟ ଜିଲା ପରିଷଦକୁ ଅକ୍ତିଆର କରିଛି ବିଜୁ ଜନତା ଦଳ । ୨୦୧୨ ରେ କଂଗ୍ରେସ ଓ ବିଜୁଜନତା ଦଳ ୧୪ ଟି ଲେଖାଏଁ ଜୋନରେ ଜିତିଥିଲେ , ତେବେ ନାରାୟଣପାଟଣା ବ୍ଲକର ଚାଷୀ ମୂଲିଆ ଆଦିବାସୀ ସଂଘର ସ୍ବାଧୀନ ପ୍ରାର୍ଥୀ ଜୁରୋ ମାହୁକା ବିଜେଡିକୁ ସମର୍ଥନ କରି ଭୋଟ ଦେବା କାରଣରୁ ବିଜେଡିର ମାଳତୀ ମାଝୀ ହୋଇଥିଲେ କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷା । ସେହିପରି ୨୦୧୭ ନିର୍ବାଚନରେ କୋରାପୁଟ ଜିଲାରେ ବିଜେଡି ବହୁ ମତ ପାଇ ୨୯ ଜୋନ ମଧ୍ୟରୁ ବିଜେଡି ୨୪ କଂଗ୍ରେସ ୪ ଓ ବିଜେପି ଗୋଟିଏ ଜୋନରେ ଜିତିଥିଲା, ଫଳରେ ବିଜେଡି ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲା।

ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ମୋଟ ୨୯ ପରିଷଦ ମଧ୍ୟରରୁ ବିଜେଡି ୧୬ଟି ପାଇଥିବା ବେଳେ କଂଗ୍ରେସ ୧୨ଟିରେ ଜିତିଛି । ସେହିପରି କୋଟିଆ ଅଞ୍ଚଳର ସର୍ବଦଳୀୟ ପ୍ରାର୍ଥୀଙ୍କୁ ହରାଇ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ବିଜୟୀ ହୋଇଛନ୍ତି। ଏହି ଜିଲାରେ ଥିବା ୧୪ ଟି ବ୍ଲକ ମଧ୍ୟରେ ରହିଛି ୫ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ। ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୪ ବ୍ଲକରେ ରହିଛି ୭ ଗୋଟି ଜୋନ୍। ତେବେ ଚାରୋଟି ବ୍ଲକ ମଧ୍ୟରୁ କେବଳ ବନ୍ଧୁଗାଁ ବ୍ଲକରେ ଥିବା ଦୁଇଟି ଜୋନରେ ବିଜେଡ଼ି ପ୍ରାର୍ଥୀ ଜିତିଥିଲା ବେଳେ ଅନ୍ୟ ତିନିଟି ବ୍ଲକରେ ୫ ଯାକ ଜୋନରେ କଂଗ୍ରେସ ବିଜୟୀ ହୋଇଛି। ତେବେ ଅନ୍ୟ ବ୍ଲକ ମଧ୍ୟରୁ ବୋରିଗୁମା ବ୍ଲକରେ ଥିବା ୩ଟି ଜୋନରୁ ୨ ଟିରେ ବିଜେଡି ପ୍ରାର୍ଥୀ ଜିତିଛନ୍ତି, ସେହିପରି କୋଟପାଡ଼ ବ୍ଲକରେ ମଧ୍ୟ ୨ଟି ଯାକ, ଜୟପୁର ବ୍ଲକରେ ଥିବା ସମସ୍ତ ୩ ଟି ଯାକ ଜୋନରେ ବିଜେଡି, ନନ୍ଦପୁର ବ୍ଲକରେ ୨ଟି ଯାକ, କୁନ୍ଦୁରା ବ୍ଲକରେ ଥିବା ୨ଟି ଯାକ ମଧ୍ୟ ବିଜେଡି ହାତକୁ ଆସିଥିବା ବେଳେ କେଉଁ ବ୍ଲକ ଜିଲା ପରିଷଦ ଅଧ୍ୟକ୍ଷା ପଦବୀକୁ ହାତେଉଛି, ଦଳର ସୁପ୍ରିମୋ କାହା ଉପରେ ଭରସା କରୁଛନ୍ତି ତାହାକୁ ନେଇ ଉତ୍ସୁକତା ଦେଖାଦେଇଛି।  ତେବେ ଅନ୍ୟ ଏକ ସୂତ୍ରରୁ ଶୁଣିବାକୁ ମିଳୁଛି ବନ୍ଧୁଗାଁ ବ୍ଲକର ଦୁଇଟି ଯାକ ଜୋନରୁ ବିଜେଡି ବିଜୟୀ ହୋଇଥିବା ଯୋଗୁଁ ଏହି ବ୍ଲକ ଜୈନେକ ଜିଲା ପରିଷ ସଭ୍ୟା ଅଧ୍ୟକ୍ଷା ପଦ ପାଇଁ ଆଗରେ ଥିବା ଶୁଣିବାକୁ ମିଳୁଛି। ସେହିପରି ଜୟପୁର ବ୍ଲକରେ ୩, ନନ୍ଦପୁରରେ ୨, ବୋରିଗୁମାରେ ୩ ରୁ ୨ଟି, କୁନ୍ଦୁରାରେ ୨ଟି, କୋଟପାଡ଼ରେ ୨ ଟି ଯାକ ଜୋନରେ ଜିତିଛନ୍ତି । ସେହିପରି କୋରାପୁଟ, ପଟ୍ଟାଙ୍ଗୀ, ବୈପାରୀଗୁଡ଼ା ବ୍ଲକରୁ ମଧ୍ୟ ଗୋଟିଏ ଲେଖାଏଁ ଜୋନରେ ଜିତିଛନ୍ତି । ଯେହେତୁ ଚଳିତ ଥର ଜିଲା ପରିଷଦ ଅଧ୍ୟକ୍ଷ ପଦବୀଟି ମହିଳା ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏହି ପ୍ରରିପ୍ରେକ୍ଷୀରେ କେଉଁ ବ୍ଲକକୁ ଅଧ୍ୟକ୍ଷା ଓ କେଉଁ ବ୍ଲକ ଉପାଧ୍ୟକ୍ଷ ପଦ ହାତେଉଛି ତାହା ଦେଖିବାକୁ ବାକି ରହିଲା। ସୂଚନା ଯୋଗ୍ୟ ଆଗାମୀ ୧୩ ତାରିଖରେ ଅଧ୍ୟକ୍ଷା ଓ ୨୫ ତାରିଖରେ ହେବ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ।

Comments are closed.