କୋରାପୁଟ: ବର୍ଷା ଯୋଗୁ ପାହାଡ଼ରୁ ପଥର ଖସି ରେଳ ଲାଇନ ବନ୍ଦ ରହିଛି। କୋତାଭାଲସା ଓ କିରିଣ୍ଡୁଲ ମଧ୍ୟରେ ରେଳ ଲାଇନ ଉପରକୁ ପାହାଡ଼ ଉପରୁ ବିରାଟକାୟ ପଥ ଖସିଛି ଏବଂ ଫଳରେ ରେଳପଥ ଅବରୋଧ ହୋଇଛି। ବୋରାଗୁଡ଼ାଲୁ ନିକଟରେ ପାହାଡ଼ରୁ ବିରାଟକାୟ ପଥ ଖସିଛି। ପଥର ଖସି ରେଳଲାଇନ ବନ୍ଦ ଯୋଗୁଁ ୪ଟି ଟ୍ରେନ ବାତିଲ କରାଯାଇଛି। ବିଶାଖାପାଟଣା ଓ କିରିଣ୍ଡୁଲ ମଧ୍ୟରେ ୪ଟି ଟ୍ରେନ ବାତିଲ। ଆଜିର ୨ଟି ଏକ୍ସପ୍ରେସ ଓ ଆସନ୍ତାକାଲିର ୨ଟି ଟ୍ରେନ ବାତିଲ କରାଯାଇଛି।
Popular Categories



