ପିପିଲି : ଅଦିନେ ଦୋଳଯାତ୍ରା। ଏପରି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ପିପିଲି ନିକଟବର୍ତ୍ତୀ ମଙ୍ଗଳପୁର ଗ୍ରାମରେ । ମା’ ବିନ୍ଧ୍ୟବାସିନୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅବସରରେ ମଙ୍ଗଳପୁର ଗ୍ରାମରେ ଏହି ଦୋଳଯାତ୍ରା ଅନୁଷ୍ଠିତ ହୋଇଥିଲା।
ମା’ ବିନ୍ଧ୍ୟବାସିନୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅବସରରେ ମଙ୍ଗଳପୁର ଗ୍ରାମରେ ବିଶ୍ୱଶାନ୍ତି ଯଜ୍ଞର ଆୟୋଜନ କରାଯାଇଥିଲା । ବ୍ରାହ୍ମଣ ପଣ୍ଡିତଙ୍କ ପରାମର୍ଶ କ୍ରମେ ଗ୍ରାମର ମଙ୍ଗଳ ପାଇଁ ସଦ୍ୟ ସ୍ଥାପିତ ମା’ ବିନ୍ଧ୍ୟବାସିନୀଙ୍କ ଆଜ୍ଞାମାଳକୁ ଏକ ଦୋଳ ବିମାନରେ ଉପବିସନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଏଥିପାଇଁ ସମଗ୍ର ଗ୍ରାମ ଉତ୍ସବମୁଖର ହୋଇଉଠିଥିବା ବେଳେ ମହିଳାମାନେ ଗ୍ରାମଦାଣ୍ଡରେ ଝୋଟି ଓ ନୂତନ ବସ୍ତ୍ର ପକାଇ ମା’ଙ୍କ ଆଜ୍ଞାମାଳକୁ ଭକ୍ତିପୂତ ସ୍ୱାଗତ କରିଥିଲେ । ପ୍ରତ୍ୟେକ ଘର ସମ୍ମୁଖରେ ଭୋଗ ଲାଗି କରାଯାଇଥିବା ବେଳେ ଏଥିପାଇଁ ଗ୍ରାମର ଉତ୍ତରବାଡ, ଦକ୍ଷିଣବାଡ, ସୁବୁଦ୍ଧିପଡା ଓ ପାଏକସାହି ଆଦି ଅଞ୍ଚଳରେ ସଂପୂର୍ଣ୍ଣ ଆମିଷ ନିଷେଧ କରାଯାଇଥିଲା । ଶେଷରେ ମହାଯଜ୍ଞର ପୂର୍ଣ୍ଣାହୁତିରେ ବହୁସଂଖ୍ୟାରେ ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ ବିନ୍ଧ୍ୟବାସିନୀଙ୍କୁ ଦର୍ଶନ କରିଥିଲେ।
ମଙ୍ଗଳପୁରରେ ଅଦିନେ ଦୋଳ ଯାତ୍ରା
Popular Categories



