ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏମ୍ବିଏ (୨୦୨୩-୨୫) ବ୍ୟାଚ୍ର ନବାଗତ ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଷ୍ଟାଗ୍ ଇଣ୍ଟରନ୍ୟାଶନାଲ, ଇଣ୍ଡିଆର ଅଧ୍ୟକ୍ଷ ରାକେଶ କୋହଲି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ଷ୍ଟାଗ୍ ଇଣ୍ଟରନ୍ୟାଶନାଲର ନିର୍ଦ୍ଦେଶିକା ତଥା ଜଣାଶୁଣା ଅଭିନେତ୍ରୀ ମୋନିକା କୋହଲି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।
ଶ୍ରୀ କୋହଲି ବିଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱ ଦରବାରରେ ଏକ ଦୃଷ୍ଟାନ୍ତ ରୂପେ ପରିଗଣିତ ହୋଇପାରିଛି ବୋଲି କହିଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ଇଛା, ତ୍ୟାଗ, ଶୃଙ୍ଖଳା, ନିଷ୍ଠାପରତା ଏବଂ ଏ÷ଶ୍ୱରୀୟତାର ଗୁରୁତ୍ୱ ଉପରେ ଅବଗତ କରାଇଥିଲେ । ମୋନିକା କୋହଲି ଛାତ୍ରଛାତ୍ରୀମାନଙ୍କୁ କୈାଣସି ପରିସ୍ଥିତିରେ ନିଜ ସ୍ୱପ୍ନର ଜଳାଞ୍ଜଳୀ ନଦେବାକୁ ପରାମର୍ଶ ଦେଇଥିବା ସହ ସକାରତ୍ମକ ମନୋଭାବ ନେଇ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରେରଣା ଦେଇଥିଲେ । ବିଜିୟୁ କୁଳପତି ଡଃ ପି.ପି ମାଥୁର ସର୍ବଦା କାର୍ଯ୍ୟରେ ନିରନ୍ତରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ରେଜିଷ୍ଟ୍ରାର ଡଃ ବି କେ ଦାଶ ଏମ୍ବିଏ ପାଠ୍ୟକ୍ରମର ଭବିଷ୍ୟତ ଓ ଏହାର ସୁବିନିଯୋଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ବିର୍ଲ୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ୍ ଡଃ ପି. ନାୟକ ସ୍ୱାଗତ ଭାଷଣ ଦେବା ସହ ଏମ୍ବିଏ ପାଠ୍ୟକ୍ରମର ଗୁରୁତ୍ୱ ଉପରେ ସୂଚନା ଦେଇଥିଲେ ଏବଂ ଛାତ୍ରଛାତ୍ରୀମାନେ ଠିକ୍ ସ୍ଥାନରେ ଠିକ୍ କାର୍ଯ୍ୟ କରିବା ଉଚିତ୍ ବୋଲି ଉପଦେଶ ଦେଇଥିଲେ । ୟୁନିଭର୍ସିଟିର କୁଳଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପରିଶେଷରେ ବିଜିୟୁର ଏମ୍ବିଏ ପ୍ରୋଗ୍ରାମର କୋ-ଅର୍ଡ଼ିନେଟର ଡ଼ଃ. ଅର୍ଚ୍ଚନା ଚୌଧୁରୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗର ଡିନ୍, ଫାକଲ୍ଟି ସଦସ୍ୟ, ଅଭିଭାବକ ଏବଂ ଏମ୍ବିଏର ନବାଗତ ଛାତ୍ରଛାତ୍ରୀମାନ ଉପସ୍ଥିତ ଥିଲେ ।



