ସୁବଳୟା ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟ, ସୁବଳୟାଠାରେ ୭୪ତମ ଜାତୀୟ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଖଲିକୋଟ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଯୋଗ ଦେଇଥିଲେ । ପୃଥିବୀ ପୃଷ୍ଠରେ ମଣିଷ ତଥା ଜୀବଜଗତକୁ ବଞ୍ଚାଇ ରଖିବା ପାଇଁ ବୃକ୍ଷର ସୁରକ୍ଷା ନିତାନ୍ତ ଜରୁରୀ ଉପରେ ସେ ଆଲୋକପାତ କରିଥିଲେ । ଏହି ସଭାକୁ ବିଦ୍ୟାଳୟର ଇକୋ କ୍ଳବ  ଦାୟୀତ୍ବରେ ଥିବା ବିଳାସ କୁମାର ପଲେଇ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ମୋନାଲିସା ରଥ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପଟ୍ଟନାୟକ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଉପସ୍ଥିତିରେ ବୃକ୍ଷ ଚାରା ରୋପଣ କରା ଯାଇଥିଲା। ଚଳିତ ବର୍ଷ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଚାରା ମାଗଣାରେ ଯୋଗେଇଦେବା ପାଇଁ ମୁଖ୍ୟ ଅତିଥି ପ୍ରତିଶୃତି ଦେଇଥିଲେ।

Comments are closed.