ଯୁବକଙ୍କ ଠାରୁ ବାଇକ୍ ଲୁଟିନେଲେ ଦୁବୃର୍ତ୍ତ

କୋକସରା: କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଝାରକୁଣ୍ଡାମାଲ କେନାଲ ଛକ ନିକଟରେ ଶୁକ୍ରବାର ରାତିରେ ଜୟପାଟଣା ଅଞ୍ଚଳର ଜଣେ ବାଇକ୍ ଆରୋହୀ ଲୁଟର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ପୁଲିସ ସୂଚନା ଅନୁସାରେ ଜୟପାଟଣା ବ୍ଳକ ଚିରକା ଗ୍ରାମର ନାରାୟଣ ବିଷି ଧର୍ମଗଡ଼ରୁ ନିଜ ଗାଁକୁ ଫେରୁଥିବା ବେଳେ ଝାରକୁଣ୍ଡାମାଲ କେନାଲ ଛକ ନିକଟରେ ତାଙ୍କୁ ୩ଜଣ ଦୁବୃର୍ତ୍ତ ଅଟକାଇ ବାଇକ୍ ଛଡ଼ାଇ ନେଇଥିଲେ।

ଖବର ପାଇ କୋକସରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ନେଇ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି।

Comments are closed.