www.samajalive.in
Monday, December 8, 2025
13.1 C
Bhubaneswar

ଦିନିକିଆରେ କୋହଲିଙ୍କ ଦ୍ରୁତତମ ୧୩ ହଜାର ରନ୍‌

କଲମ୍ବୋ : ଭାରତୀୟ କ୍ରିକେଟ୍‌ ଦଳର ତାରକା ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟ୍‌ରେ ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ୧୩ ହଜାର ରନ୍‌ ସଂଗ୍ରହ କରିଛନ୍ତି। ସେ ୨୬୭ଟି ଇନିଂସ ଖେଳି ୧୩,୦୦୦ ରନ୍‌ ସଂଗ୍ରହ କରିଛନ୍ତି। ଏସିଆ କପ୍‌ରେ ସୋମବାର ଖେଳା ଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୋହଲି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କୋହଲି ଏହି ମ୍ୟାଚ୍‌ରେ ୮୪ଟି ବଲ୍‌ରୁ ଶତକ ହାସଲ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର୍‌ ୪୭ତମ ଶତକ। ମୋଟ୍‌ ଉପରେ କୋହଲି ୭୭ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ କୋହଲି ୯୪ଟି ବଲ୍‌ରୁ ୯ଟି ଚୌକା ଓ ୩ଟି ଛକା ସହାୟତାରେ ୧୨୨ ରନ୍‌କରି ଅପରାଜିତ ରହିଥିଲେ। ଦିନିକିଆରେ ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ୧୩,୦୦୦ ରନ୍‌ ସଂଗ୍ରହ କରିବା ରେକର୍ଡ ପୂର୍ବରୁ ଭାରତର ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ତେନ୍ଦୁଲକର ୩୨୧ଟି ଇନିଂସରୁ ୧୩ ହଜାର ରନ୍‌ ସଂଗ୍ରହ କରିଥିଲେ। ସେହିପରି ରିକି ପଣ୍ଟିଂ ୩୪୧, କୁମାର ସାଙ୍ଗାକାରା ୩୬୩ ଓ ସନତ ଜୟସୁରିଆ ୪୧୬ଟି ଇନିଂସରୁ ୧୩ ହଜାର ରନ୍‌ ସଂଗ୍ରହ କରିଥିଲେ। ଦିନିକିଆ କ୍ରିକେଟ୍‌ରେ ୧୩ ହଜାର ରନ୍ ପୂରଣ କରିବାରେ ବିରାଟ ହେଉଛନ୍ତି ବିଶ୍ବର ୫ମ ବ୍ୟାଟ୍‌ସମ୍ୟାନ୍।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories