www.samajalive.in
Monday, December 15, 2025
24.1 C
Bhubaneswar

କୋହଲିଙ୍କୁ ପଛରେ ପକାଇ ଏହି କ୍ରିକେଟର ହେଲେ ବିଶ୍ଵର ୧ ନମ୍ବର ଦିନିକିଆ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଦୀର୍ଘ ୧୨୫୮ ଦିନ ପରେ ଆଇସିସି ଦିନିକିଆ ରାଙ୍କିଙ୍ଗର ଶୀର୍ଷ ସ୍ଥାନରୁ ହଟିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କୋହଲିଙ୍କୁ ପଛରେ ପକାଇ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ବିଶ୍ଵର ୧ ନମ୍ବର ଦିନିକିଆ କ୍ରିକେଟର ଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଆଜମଙ୍କ ଜବରଦସ୍ତ ପ୍ରଦର୍ଶନ ତାଙ୍କୁ ଏହି ସଫଳତା ଦେଇଛି। ଆଇସିସି ବୁଧବାର ଜାରି କରିଥିବା ରାଙ୍କିଙ୍ଗରେ ଆଜମ ୮୬୫ ପଏଣ୍ଟ ସହିତ ଶୀର୍ଷରେ ରହିଛନ୍ତି।

ଆଜମଙ୍କ ପଛକୁ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କୋହଲି ଆଜମଙ୍କଠାରୁ ୮ ପଏଣ୍ଟ କମ୍‌ ସହିତ ୨ୟ ସ୍ଥାନରେ ରହିଛନ୍ତି। ସେହିପରି ୩ୟ ସ୍ଥାନରେ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ୩ୟ ସ୍ଥାନରେ ଅଛନ୍ତି।

- Advertisement -

ବାବର ଆଜମ ବିଶ୍ଵର ୧ ନମ୍ବର ଖେଳାଳି ହେବାରେ ୪ର୍ଥ ପାକିସ୍ତାନୀ। ତାଙ୍କ ପୂର୍ବରୁ ଜହୀର ଆବ୍ବାସ (୧୯୮୩-୮୪), ଜାଭେଦ ମିଆଁଦାଦ (୧୯୮୮-୮୯)  ଏବଂ ମହମ୍ମଦ ୟୁସୁଫ ୧ ନମ୍ବର ରାଙ୍କିଙ୍ଗ୍‌ ହାସଲ କରିଛନ୍ତି। ୨୦୧୦ ଏବଂ ୨୦୧୨ରେ ୧୯ ବର୍ଷରୁ କମ୍‌ ବିଶ୍ଵକପ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ ୨୦୧୫ରେ ଆଜମଙ୍କୁ ପାକିସ୍ତାନ ଦିନିକିଆ ଦଳରେ ସ୍ଥାନ ମିଳିଥିଲା।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ବାବର ଆଜମଙ୍କର ୮୩୭ ରେଟିଂ ପଏଣ୍ଟ ରହିଥିଲା। କିନ୍ତୁ ପ୍ରଥମ ମ୍ୟାଚରେ ୧୦୩ ରନର ଶତକୀୟ ପାଳି ସହିତ ଅନ୍ତିମ ମ୍ୟାଚରେ ୯୪ ରନ୍‌ର ଇନିଂସ ଫଳରେ ତାଙ୍କ ପଏଣ୍ଟ ଦ୍ରୁତଗତିରେ ବୃଦ୍ଧି ପାଇଥିଲା। ଏହି ସିରିଜକୁ ପାକିସ୍ତାନ ୨-୧ରେ ଜିତିନେଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories