www.samajalive.in
Sunday, December 7, 2025
13.1 C
Bhubaneswar

ଅଷ୍ଟ୍ରେଲିଆ ସିରିଜ୍‍ରେ ଏପରି ପ୍ରଦର୍ଶନ ଆବଶ୍ୟକ: କୋହଲି

ହାଇଦରାବାଦ୍‍ : ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୨-୦ରେ ଟେଷ୍ଟ ସିରିଜ୍‍ରେ ପରାଜିତ କରିବା ପରେ ଘରୋଇ ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି ଦଳର ବ୍ୟାଟସମ୍ୟାନ୍‍ମାନେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଯେପରି ପ୍ରଦର୍ଶନ କଲେ ସେହିପ୍ରକାର ପ୍ରଦର୍ଶନ ଅଷ୍ଟ୍ରେଲିଆରେ କରିବାକୁ ପଡ଼ିବ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୋହଲି କହିଛନ୍ତି ବିଦେଶ ମାଟିରେ ଭାରତୀୟ ବୋଲରମାନେ ଆଶାନୁରୂପକ ପ୍ରଦର୍ଶନ କରୁଛନ୍ତି। ତେବେ ବ୍ୟାଟସମ୍ୟାନ୍‍ଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଫଳରେ ଦଳ ପରାସ୍ତ ହେଉଛି।
ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଭାରତୀୟ ବ୍ୟାଟସମ୍ୟାନ୍‍ ସଫଳତା ପାଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‍ରେ ସେମାନଙ୍କୁ ସଫଳ ହେବାକୁ ପଡ଼ିବ। ନଚେତ୍‍ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ପରାସ୍ତ କରିବା ଦଳ ପାଇଁ ଅସମ୍ଭବ ବୋଲି କୋହଲି ମତ ଦେଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟସମ୍ୟାନ୍‍ଙ୍କୁ ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଜାସନ୍‍ ହୋଲଡର୍‍ ଓ ସାନନ୍‍ ଗାବ୍ରିଏଲ୍‍ କିଛିଟା ଅସୁବିଧାରେ ପକାଇଥିଲେ। ତେବେ ପନ୍ତ୍‍ ଓ ରାହାଣେଙ୍କ ପାର୍ଟନରସିପ୍‍ ଦଳ ପାଇଁ ବେଶ୍‍ ଲାଭଦାୟକ ସାବ୍ୟସ୍ତ ହେଲା ବୋଲି କୋହଲି କହିଛନ୍ତି। ସେହିପରି ଦ୍ୱିତୀୟ ଟେଷ୍ଟରେ ୧୦ଟି ୱିକେଟ୍‍ ହାସଲ କରିଥିବା ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ମଧ୍ୟ କୋହଲି ଉଚ୍ଚପ୍ରଶଂସା କରିଛନ୍ତି। ଭାରତରେ ବେଶ୍‍ ପ୍ରତିଭାବାନ୍‍ ଦ୍ରୁତ ବୋଲର ଥିବାରୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ସେମାନଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଥିବା କୋହଲି ସୂଚନା ଦେଇଛନ୍ତି। ଦଳରେ ଥିବା ଯୁବ କ୍ରିକେଟର୍‍ ପୃଥ୍ୱୀ ସ’ ଓ ଋଷଭ ପନ୍ତ୍‍ ସେମାନଙ୍କୁ ମିଳିଥିବା ସୁଯୋଗର ଉପଯୁକ୍ତ ବିନିଯୋଗ କରିବା ବେଶ୍‍ ଭଲ ଲକ୍ଷଣ ବୋଲି କୋହଲି କହିଛନ୍ତି। ୱେଷ୍ଟଇଣ୍ଡିଜ ଅଧିନାୟକ ଜାସନ୍‍ ହୋଲଡର୍‍ କହିଛନ୍ତି ଦଳ ଦ୍ୱିତୀୟ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରି ପରାସ୍ତ ହେଲା। ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଥିବା ସେ ସ୍ୱୀକାର କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories