ଆନ୍ତର୍ଜାତିକ ଟି-୨୦ରେ କୋହଲି ସର୍ବାଧିକ ସ୍କୋରର୍‌

ମେଲ୍‌ବୋର୍ଣ୍ଣ : ଭାରତୀୟ କ୍ରିକେଟ୍‌ ଦଳର ତାରକା ବ୍ୟାଟ୍‌ସମ୍ୟାନ୍‌ ରବିବାର ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଆନ୍ତର୍ଜାତିକ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ କୋହଲି ସର୍ବାଧିକ ରନ୍‌ ସ୍କୋରର୍‌ ହୋଇ ପାରିଛନ୍ତି। ରନ୍‌ର ପିଛା କରିବାରେ ବିଶ୍ବର ଶ୍ରେଷ୍ଠ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ କୋହଲି ରବିବାର ମେଲ୍‌ବୋର୍ଣ୍ଣରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଅପରାଜିତ ୮୨ ରନ୍‌ର ଇନିଂସ ଖେଳିଥିଲେ। ଚଳିତ ଟି୨୦ ବିଶ୍ବକପ୍‌ର ଏହି ସୁପର-୧୨ ମ୍ୟାଚ୍‌ରେ କୋହଲି ୫୩ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୮୨ ରନ୍‌କରି ଅପରାଜିତ ରହି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ଏହି ଇନିଂସ ବଳରେ କୋହଲି ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ସର୍ବାଧିକ ସ୍କୋରର୍‌ ହୋଇ ପାରିଛନ୍ତି। କୋହଲି ୧୧୦ତମ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୧୦୨ଟି ଇନିଂସରୁ ବିଶ୍ବରେ ସର୍ବାଧିକ ୩୭୯୪ ରନ୍‌ ସ୍କୋର୍‌ କରିଛନ୍ତି। ଏଥିରେ ଅଛି ଗୋଟିଏ ଶତକ (ଅପରାଜିତ ୧୨୨) ଓ ୩୪ଟି ଅର୍ଦ୍ଧଶତକ। କୋହଲି ସର୍ବାଧିକ ୩୭୯୪ ଟ୍ବେଣ୍ଟି୨୦ ରନ୍‌ରେ ପହଞ୍ଚିବା ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା (୩୭୪୧)ଙ୍କୁ ପଛ​‌େ​‌ର ପକାଇ ଦେଇଛନ୍ତି। ଏହି ୨ ଭାରତୀୟଙ୍କ ପଛକୁ ଅଛନ୍ତି ନ୍ୟୁଜିଲାଣ୍ଡର ଭେଟେରାନ୍ ବ୍ୟାଟ୍‌ସମ୍ୟାନ୍ ମାର୍ଟିନ ଗପ୍‌ଟିଲ (୩୫୩୧), ପାକିସ୍ତାନ ଅଧିନାୟକ ବାବର ଆଜମ୍ (୩୨୩୧), ଆୟରଲାଣ୍ଡର ଭେଟେରାନ୍ ଓପ୍‌ନର ପଲ୍‌ ଷ୍ଟର୍ଲିଂ (୩୧୧୯) ଓ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ୍ ଫିଞ୍ଚ୍‌ (୩୦୨୬)। ଏମାନଙ୍କୁ ଛାଡ଼ି ଆଉ କେହି ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ୩ ହଜାର ରନ୍ ପାର କରି ପାରିନାହାନ୍ତି।

kalyan agarbati

Comments are closed.