www.samajalive.in
Monday, December 15, 2025
17.1 C
Bhubaneswar

କେନ୍ଦୁଝରକୁ ଆଦର୍ଶ ଜିଲା ଭାବେ ଗଢ଼: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତ କରି ଦରବାର ହଲଠାରେ ଜିଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତୀକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧରେ ବିଶଦ ଭାବେ ଜିଲାପାଳ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ତଥା ଗମନାଗମନ ଉପରେ ଗୁରୁତ୍ବ ଦେଇ ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ରାଇସୁଆଁ ଏୟାରଷ୍ଟ୍ରିପ୍, କେନ୍ଦୁଝର ବାଇପାସ୍, ଆଇକନିକ୍ ବ୍ରିଜ୍, ରେଳ ଷ୍ଟେସନ୍ ରାସ୍ତା, ନୁଦୁରପଡ଼ାରୁ କାଳିଆହତା ରାସ୍ତା, ପିଠାଗୋଳା ରାସ୍ତା (ହରିଚନ୍ଦନପୁରରୁ ତେଲକୋଇ), ଶୁଆକଟି ଦୁଗୁନା ବ୍ରିଜ୍ ବୈତରଣୀ ନଦୀ ଉପରେ, ମାଇନିଙ୍ଗ କରିଡର ଓ ଅନ୍ୟ ମୁଖ୍ୟ ରାସ୍ତା କାମର ସମୀକ୍ଷା କରି ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ। ଏହାସହିତ ମନୋହରପୁରରୁ ପିଠାଗୋଳା ରାସ୍ତା, ଘଟଗାଁ-ହରିଚନ୍ଦନପୁର-ଦୈତାରି ରାସ୍ତା, ଢେଙ୍କିକୋଟରୁ ବାରହାଟିପୁରା ରାସ୍ତା, ଘଟଗାଁରୁ ଗୁଣ୍ଡିଚାଘାଗି ରାସ୍ତାର ଉନ୍ନତିକରଣ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ରାମଚନ୍ଦ୍ରପୁରରୁ ଦେଓଗାଁ ବ୍ରିଜ ଶୀଘ୍ର ସାରିବା ଏବଂ ନୂଆ ରାସ୍ତା ଓ ବ୍ରିଜ୍‌ଗୁଡ଼ିକର ନୂତନ ପ୍ରସ୍ତାବ ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଜିଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିଭାଗର କାର୍ଯ୍ୟ ସମ୍ବନ୍ଧରେ ଜିଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କଠାରୁ ତଥ୍ୟ ନେବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ସ୍ବାସ୍ଥ୍ୟସେବା ଓ ଶିକ୍ଷା ସେବାକୁ ଆହୁରି ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୋଜନାରେ କେନ୍ଦୁଝର ଜିଲା ଓଡ଼ିଶାରେ ବିଶେଷ ଅଗ୍ରଗତି କରୁଥିବାରୁ ମୁଖ୍ୟମନ୍ତ୍ରୀ ଜିଲା ପ୍ରଶାସନକୁ ସାଧୁବାଦ ଦେଇଛନ୍ତି। ଜିଲାରେ ଆଇନ ଶୃଙ୍ଖଳା ଓ ଅନ୍ୟାନ୍ୟ ଆହ୍ବାନଗୁଡ଼ିକ ସମ୍ପର୍କରେ ତଥ୍ୟ ଗ୍ରହଣ କରି ଏଥିନିମନ୍ତେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଆଗାମୀ ଦିନରେ କେନ୍ଦୁଝର ଜିଲାକୁ ଏକ ଆଦର୍ଶ ଜିଲା ଭାବେ ଗଢ଼ି ତୋଳିବା ପାଇଁ ସେ ପରାମର୍ଶ ଦେଇଥିଲେ। ଇସ୍ପାତ ପ୍ଲାଣ୍ଟ ନିର୍ମାଣ, ମା’ ତାରିଣୀ ପୀଠର ଉନ୍ନତିକରଣ, ବଡ଼ବିଲ ବାଇପାସ୍, କାଶିପୁର ଓ ପାୱାର ହାଉସ୍ ପୋଖରୀ କାର୍ଯ୍ୟ ବାବଦରେ ସେ ଆଲୋଚନା କରିଥିଲେ। ସେହିପରି ଜଙ୍ଗଲ ଜମି ହସ୍ତାନ୍ତର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବଦ୍ରିନାରାୟଣ ପାତ୍ର, ସନାତନ ମହାକୁଡ଼, ଅଖିଳ ଚନ୍ଦ୍ର ନାଏକ, ଡା. ଫକୀର ମୋହନ ନାଏକ, ଜିଲା ପରିଷଦର ଅଧ୍ୟକ୍ଷା ସାଗରିକା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ଇଣ୍ଡିଆନ୍ ବାଏ ବାର୍ଥ ସଂଗଠନ ଦ୍ୱାରା ପ୍ରାୟୋଜିତ ତିନୋଟି ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସର ଶୁଭାରମ୍ଭ କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପ୍ରାୟୋଜିତ ଘଟଗାଁ ମା’ ତାରିଣୀ ମନ୍ଦିର ପାଇଁ ଏକ ଉତ୍ସର୍ଗୀକୃତ ନଡ଼ିଆ ସଂଗ୍ରହ ଯାନର ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭିନବ ଏକଲ ରଥ ମୋବାଇଲ୍ ଶିକ୍ଷା ୟୁନିଟ୍‌ର ଶୁଭାରମ୍ଭ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories