ଭାରତ ୨ୟ ସ୍ଥାନକୁ ଖସିଲା ; ଇଂଲଣ୍ଡ ୧ନଂ ଦିନିକିଆ ଦଳ

0

ଦୁବାଇ :  ଭାରତକୁ ପଛରେ ପକାଇ ଇଂଲଣ୍ଡ ଦିନିକିଆରେ ୧ନଂ ଦଳ ହେବାର ସୌଭାଗ୍ୟ ହାସଲ କରିଛି। ଆଇସିସି ତରଫରୁ ଜାରି ତାଲିକା ଅନୁଯାୟୀ ଇଂଲଣ୍ଡ ୮ ପଏଣ୍ଟ ଅଧିକ ପାଇ ମୋଟ୍‍ ୧୨୫ ପଏଣ୍ଟ ସହ ୧ନଂ ସ୍ଥାନ ହାସଲ କରିଥିବା ବେଳେ ପୂର୍ବରୁ ୧ନଂ ସ୍ଥାନରେ ଥିବା ଭାରତ ଗୋଟିଏ ପଏଣ୍ଟ ହରାଇ ୧୨୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୭ ପରଠାରୁ ଇଂଲଣ୍ଡ ୬ଟି ଦ୍ୱିପାକ୍ଷିକ ସିରିଜ୍‍ ବିଜୟୀ ହୋଇଛି। ଦଳ ଏହି ସମୟ ମଧ୍ୟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଗତ ୩ ବର୍ଷ ମଧ୍ୟରେ ଇଂଲଣ୍ଡ ୧୪ଟିରୁ ୧୧ଟି ଦ୍ୱିପାକ୍ଷିକ ସିରିଜ୍‍ରେ ବିଜୟୀ ହୋଇଥିଲା। ଇଂଲଣ୍ଡ ୨୦୧୪-୧୫ରେ ୨୫ଟି ଦିନିକିଆ ମ୍ୟାଚ୍‍ ଖେଳି ମାତ୍ର ୭ଟିରେ ବିଜୟୀ ହୋଇଥିଲା। ତେବେ ଦଳଗତ ମାନ୍ୟତା ହିିସାବ କଲା ବେଳେ ଆଇସିସି ୨୦୧୪-୧୫ ବର୍ଷକୁ ବାଦ୍‍ ଦେଇ ୨୦୧୫-୧୬ ଓ ୨୦୧୬-୧୭ ସିଜିନ୍‍କୁ ସାମିଲ କରିଥିଲା। ଫଳରେ ଇଂଲଣ୍ଡ ଦିନିକିଆ ମାନ୍ୟତାରେ ୧ନଂ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଥିଲା।
ପୂର୍ବରୁ ୨ନଂ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ୪ ପଏଣ୍ଟ ହରାଇ ୧୧୩ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି। ମାନ୍ୟତାର ୪ର୍ଥ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ। ଦଳ ୨ ପଏଣ୍ଟ ହରାଇ ମୋଟ୍‍ ୧୧୨ ପଏଣ୍ଟ ହାସଲ କରିଛି। ଅଷ୍ଟ୍ରେଲିଆ ମଧ୍ୟ ୮ ପଏଣ୍ଟ ହରାଇ ୧୦୪ ପଏଣ୍ଟ ସହ ମାନ୍ୟତାର ୫ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପାକିସ୍ତାନ ଅଧିକ ୬ ପଏଣ୍ଟ ହାସଲ କରି ମୋଟ୍‍ ୧୦୨ ପଏଣ୍ଟ ସହ ମାନ୍ୟତାର ୬ଷ୍ଠ ସ୍ଥାନରେ ଥିବା ବେଳେ ବାଂଲାଦେଶ ଅଧିକ ୩ ପଏଣ୍ଟ ହାସଲ କରି ୯୩ ପଏଣ୍ଟ ସହ ୭ମ ସ୍ଥାନରେ ରହିଛି। ଶ୍ରୀଲଙ୍କା ୭ ପଏଣ୍ଟ ହରାଇ ୭୭ ପଏଣ୍ଟ ସହ ୮ମ, ୱେଷ୍ଟଇଣ୍ଡିଜ ୫ ପଏଣ୍ଟ ହରାଇ ୬୯ ପଏଣ୍ଟ ସହ ୯ମ, ଆଫଗାନିସ୍ତାନ ଅଧିକ ୫ ପଏଣ୍ଟ ହାସଲ କରି ମୋଟ୍‍ ୬୩ ପଏଣ୍ଟ ସହ ୧୦ମ, ଜିମ୍ବାୱେ ଅଧିକ ୪ ପଏଣ୍ଟ ହାସଲ କରି ମୋଟ୍‍ ୫୫ ପଏଣ୍ଟ ସହ ୧୧ତମ ଓ ଆୟର୍ଲାଣ୍ଡ ୩ ପଏଣ୍ଟ ହରାଇ ୩୮ ପଏଣ୍ଟ ସହ ୧୨ତମ ସ୍ଥାନରେ ରହିଛି। ଟ୍ୱେଣ୍ଟି୨୦ ମାନ୍ୟତାରେ ପାକିସ୍ତାନ ୧୩୦ ପଏଣ୍ଟ ହାସଲ କରି ପୂର୍ବପରି ୧ନଂ ଓ ଅଷ୍ଟ୍ରେଲିଆ ୧୨୬ ପଏଣ୍ଟ ହାସଲ କରି ୨ନଂ ସ୍ଥାନରେ ରହିଛି। ଭାରତ ୨ଟି ଅଧିକ ପଏଣ୍ଟ ହାସଲ କରି ମୋଟ୍‍ ୧୨୩ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ୧୧୬ ପଏଣ୍ଟ ହାସଲ କରି ପୂର୍ବପରି ୪ର୍ଥ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୧୧୫ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ୧୧୪ ପଏଣ୍ଟ ଲେଖାଏଁ ହାସଲ କରିଥିଲେ ମଧ୍ୟ ଦଶମିକ ପଏଣ୍ଟ ହିସାବରେ ଦକ୍ଷିଣ ଆଫ୍ରିକା ୬ଷ୍ଠ ଓ ୱେଷ୍ଟଇଣ୍ଡିଜ ୭ମ ସ୍ଥାନ ହାସଲ କରିଛନ୍ତି। ଆଫଗାନିସ୍ତାନ ୮୭ ପଏଣ୍ଟ ସହ ୮ମ, ଶ୍ରୀଲଙ୍କା ୪ ପଏଣ୍ଟ ହରାଇ ୮୫ ପଏଣ୍ଟ ସହ ୯ମ, ବାଂଲାଦେଶ ୨ ପଏଣ୍ଟ ହରାଇ ୭୫ ପଏଣ୍ଟ ସହ ୧୦ମ ସ୍ଥାନରେ ରହିଛି। ଅନ୍ୟମାନଙ୍କ ମଧ୍ୟରେ ସ୍କଟଲାଣ୍ଡ ୬୬ ପଏଣ୍ଟ ସହ ୧୧, ଜିମ୍ବାୱେ ୫୮ ପଏଣ୍ଟ ସହ ୧୨, ନେଦରଲ୍ୟାଣ୍ଡସ୍‍ ୫୩ ପଏଣ୍ଟ ସହ ୧୩, ୟୁଏଇ ୫୧ ପଏଣ୍ଟ ସହ ୧୪, ହଂକଂ ୪୨ ପଏଣ୍ଟ ସହ ୧୫, ଓମାନ୍‍ ୩୯ ପଏଣ୍ଟ ସହ ୧୬ ତମ ସ୍ଥାନରେ ରହିଛନ୍ତି।

Leave A Reply