ଆଇପିଏଲ୍‍-୨୦୧୮: ରାଜସ୍ଥାନ-ହାଇଦରାବାଦ ଓ ବାଙ୍ଗାଲୋର-କଲକାତା ମଧ୍ୟରେ ମୁକାବିଲା

0

ଜୟପୁର: ଆଇପିଏଲ ରେ ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ । ଅପରାହ୍ନ ୪ଟାରେ ରାଜସ୍ଥାନ ରୟାଲ ଓ ସନରାଇଜରସ୍‍ ହାଇଦ୍ରାବାଦ ମଧ୍ୟରେ ଜୟପୁରଠାରେ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ରାତି ୮ଟାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କଲକାତା ନାଇଟ୍‍ ରାଇଡର୍ସ ମଧ୍ୟରେ ବେଙ୍ଗାଲୁରୁଠାରେ ୨ୟ ମ୍ୟାଚଟି ଅନୁଷ୍ଠିତ ହେବ ।
ବର୍ତ୍ତମାନ ସୁଦ୍ଧା ପଏଣ୍ଟ ତାଲିକାରେ ଚେନ୍ନାଇ ସୁପର୍‍ କିଙ୍ଗ୍‍ ୧୦ ପଏଣ୍ଟ ସହିତ ଶୀର୍ଷରେ ରହିଛି । ସେହିପରି ହାଇଦରାବାଦ ୧୦ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଥିବାବେଳେ କିଙ୍ଗ୍‍ସ୍‍ ଇଲେଭେନ୍‍ ପଞ୍ଜାବ ୧୦ ପଏଣ୍ଟ ସହିତ ତୃତୀୟ ଓ କଲକାତା ନାଇଟ ରାଇଡର୍ସ ୬ ପଏଣ୍ଟ ସହିତ ଚତୁର୍ଥ, ରାଜସ୍ଥାନ ରୟାଲ୍‍ସ ୬ ପଏଣ୍ଟ ସହିତ ପଞ୍ଚମ, ଗତଥରର ବିଜେତା ମୁମ୍ବଇ ଇଣ୍ଡିଆନ୍‍ସ ୪ ପଏଣ୍ଟ ସହିତ ଷଷ୍ଠ ସ୍ଥାନରେ ରହିଛି। ତେବେ ବାଙ୍ଗାଲୋର ସପ୍ତମ ଏବଂ ଦିଲ୍ଲୀ ଡେୟାର୍‍ ଡେଭିଲ୍‍ସ ୪ ପଏଣ୍ଟ ସହିତ ଅଷ୍ଟମ ସ୍ଥାନରେ ରହିଛନ୍ତି।

Leave A Reply