କିଷନଗଙ୍ଗା ପ୍ରକଳ୍ପ: ଭାରତର ଦାବି ପାକିସ୍ତାନ ଗ୍ରହଣ କରୁ

0

ନୂଆଦିଲ୍ଲୀ : ଉତ୍ତର କାଶ୍ମୀରର ବାନ୍ଦିପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିକଟରେ ଉଦ୍‍ଘାଟିତ କିଷନଗଙ୍ଗା ଜଳବିଦ୍ୟୁତ୍‍ ପ୍ରକଳ୍ପ ମାମଲାରେ ଭାରତର ଦାବିକୁ ପାକିସ୍ତାନ ସ୍ୱୀକାର କରିବା ପାଇଁ ବିଶ୍ୱବ୍ୟାଙ୍କ ନିର୍ଦେଶ ଦେଇଛି। ଭାରତ ପକ୍ଷରୁ ବିବାଦର ସମାଧାନ ପାଇଁ ନିରପେକ୍ଷ ବିଶେଷଜ୍ଞ ଦଳ ନିଯୁକ୍ତ କରାଯିବାକୁ ଦାବିକରାଯାଉଛି ଏବଂ ଏହା ଗ୍ରହଣୀୟ ବୋଲି ବିଶ୍ୱବ୍ୟାଙ୍କ କହିଛି। ଏହି ମାମଲାରେ ପାକିସ୍ତାନ ଆନ୍ତର୍ଜାତିକ ନ୍ୟାୟାଳୟକୁ ଯିବା ପାଇଁ ଯେଉଁ ମସୁଧା କରୁଛି ସେଥିରୁ ଓହରି ଆସିବା ଉଚିତ ବୋଲି ମଧ୍ୟ ବିଶ୍ୱବ୍ୟାଙ୍କ ପରାମର୍ଶ ଦେଇଛି। ଗତ ମାସରେ ପାକିସ୍ତାନ ଆଟର୍ଣ୍ଣି ଜେନେରାଲ ଆସ୍ତାର ଆସୁଫ ଅଲୀ ବିଶ୍ୱବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କଲାବେଳେ ମଧ୍ୟ ସିନ୍ଧୁ ଜଳଚୁକ୍ତିର ସଂଶୋଧନ ସଂକ୍ରାନ୍ତ ପାକିସ୍ତାନର ପ୍ରସ୍ତାବ ଅଗ୍ରାହ୍ୟ ହୋଇଯାଇଥିଲା।

Leave A Reply