BJD Bijuli 480×75 Mob

ବୁବୁ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ନୂଆ ମୋଡ

BJD Bijuli 480×75 Mob
0

ବ୍ରହ୍ମପୁର : ସୂଚନା ଅଧିକାର କର୍ମୀ ବୁବୁ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ନିଯୁକ୍ତ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁଟେରଙ୍କ ନିରପେକ୍ଷତାକୁ ନେଇ ମୃତ ବୁବୁ ପଣ୍ଡାଙ୍କ ବିଧବା ପତ୍ନୀ ଉଜ୍ଜୟିନୀ ପଣ୍ଡା ପ୍ରଶ୍ନ ଉଠାଇଛନ୍ତି । ସ୍ୱତନ୍ତ୍ର ପିପି ଙ୍କୁ ମାମଲାରୁ ହଟାଇବାକୁ ଦାବିକରି କୋର୍ଟଙ୍କ ସମେତ ପୋଲିସ ମହାନିର୍ଦେଶକ, ଅତିରିକ୍ତ ପୋଲିସ ମହାନିର୍ଦେଶକ ଅପରାଧ ଶାଖାଙ୍କୁ ସେ ଚିଠି ଲଖିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡର ତଦନ୍ତ କରୁଥିବା ଗୋଳନ୍ଥରା ଥାନା ଇନ୍ସପେକ୍ଟର ଆଲୋକ ଜେନା ଏହି ସୂଚନା ଦେଇଛନ୍ତି । ଗତ ୨୦୧୪ ଡିସେମ୍ବର ୨୯ ତାରିଖରେ 1୬ ନମ୍ବର ଜାତୀୟ ରାଜପଥ କଡରେ ବୁବୁ ପଣ୍ଡାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଥିଲା ।

Leave A Reply