ଟ୍ରକ୍ଟର ଚଢାଇ ଯୁବକକୁ ହତ୍ୟା: ଅଡାଳ ଗାଁରେ ତୀବ୍ର ଉତ୍ତେଜନା, ପୁଲିସ ମୁତୟନ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅଡାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ଶତୃତାକୁନେଇ ସଂଘବଦ୍ଧ ଭାବେ ସୁଶାନ୍ତ ରଣା(୪୫) ନାମକ ଯୁବକକୁ ହତ୍ୟା କରାଯାଇଛି। ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଦୁଇଗୋଷ୍ଠୀ ମୁହାଁମୁହିଁ ଅବସ୍ଥାରେ ଥିବା ଜଣାପଡ଼ିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, ଉପନିରୀକ୍ଷକ ଡଃ ବିକାଶ ଚନ୍ଦ୍ର ସେଠୀ ଓ ଫୋର୍ସମାନେ ମୁତୟନ ହୋଇଛନ୍ତି। ମୃତକ ସୁଶାନ୍ତଙ୍କ ମୃତଦେହ ଢେଙ୍କାନାଳ ଜିଲା ଚିକିତ୍ସାଳୟରେ ରଖାଯାଇଛି।

Comments are closed.