ଖୁଣ୍ଟା : ଵ୍ୟାଙ୍କ ଅଫ ଇଣ୍ଡିଆର ସ୍ଥାନୀୟ ଖୁଣ୍ଟା ଶାଖାର ଜଣେ କର୍ମଚାରୀ କୋଭିଡ ଆକ୍ରାନ୍ତ ଜଣା ପଡିବା ପରେ ଶୁକ୍ରବାର ବ୍ୟାଙ୍କ ଶାଖାକୁ ପରବର୍ତ୍ତି ପଦକ୍ଷେପ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଅବଶିଷ୍ଟ କର୍ମଚାରୀ ନିଜର ପରୀକ୍ଷା ପାଇଁ ଖୁଣ୍ଟା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଯାଇଥିବା ବେଳେ ଘଟଣା ସମ୍ପର୍କରେ ଗୋପବନ୍ଧୁ ନଗର ତହସିଲଦାର ଓ ବିଡ଼ିଓଙ୍କୁ ଅବଗତ କରାଯାଇଥିବା ଶାଖାର ପରିଚାଳକ ଚନ୍ଦନ ଦାସମହାପାତ୍ର କହିଛନ୍ତି । ଶାଖା ବନ୍ଦ ରହିବାରୁ ବ୍ୟାଙ୍କର ଗ୍ରାହକ ମାନେ ନିରାଶ ହୋଇ ଫେରିଯାଇଥିଲେ।
କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବନ୍ଦ ହେଲା ବ୍ୟାଙ୍କ ଅଫ ଇଣ୍ଡିଆ ଖୁଣ୍ଟା ଶାଖା
Popular Categories



