www.samajalive.in
Saturday, December 13, 2025
23.1 C
Bhubaneswar

୩ ଜିଲାକୁ ନେଇ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ

ଖୁଣ୍ଟା : ଏସଟି ଏସସି ଉନ୍ନୟନ ବିଭାଗର ମୟୂରଭଞ୍ଜ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ ପ୍ରତିଯୋଗୀତା ମଙ୍ଗଳବାର ଖୁଣ୍ଟା ବ୍ଲକର ବୃନ୍ଦାବନ ଚନ୍ଦ୍ରପୁର ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲାକୁ ନେଇ ଗଠିତ ମୟୂରଭଞ୍ଜ ମଣ୍ଡଳରୁ ମୋଟ ୨୫ଟି ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ସ୍ଥାନ ପାଇଥିଲା। ମୟୂରଭଞ୍ଜରୁ ସର୍ବାଧିକ ୧୮ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ବାଲେଶ୍ୱର ଜିଲାରୁ ୬ଟି ଓ ଭଦ୍ରକ ଜିଲାରୁ ଗୋଟିଏ ପ୍ରକଳ୍ପ ସ୍ଥାନ ପାଇଥିଲା। ସେଥିମଧ୍ୟରୁ ମୟୂରଭଞ୍ଜରୁ ୪ଟି ଓ ବାଲେଶ୍ୱର ଜିଲାରୁ ୨ ପ୍ରକଳ୍ପ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲା। ସେହିପରି ଭଲିବଲରେ ୮ଟି ଦଳରେ ୪୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଭଲିବଲରେ ବାଳକ ବର୍ଗରେ କପ୍ତିପଦା ଉପଖଣ୍ଡ ଓ ବାଳିକା ବର୍ଗରେ ବାରିପଦା ଉପଖଣ୍ଡ ବିଜୟୀ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଉଦଯାପନୀ କାର୍ଯ୍ୟକ୍ରମରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଧାନ ଚନ୍ଦ୍ର ରାୟ ଉପସ୍ଥିତ ଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମଣ୍ଡଳ ସ୍କୁଲ ନିରୀକ୍ଷକ ଚନ୍ଦ୍ର ଭାନୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲା ମଙ୍ଗଳ ଅଧିକରୀ ରାଜୀବ କୁମାର ସାହୁ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କପ୍ତିପଦା ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ମୟୂରଭଞ୍ଜ ଜିଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ସମ୍ମାନୀତ ଅତିଥି ଭାବେ କପ୍ତିପଦା ଆଇଟିଡିଏର ସ୍ୱତନ୍ତ୍ର ଅଧିକାରୀ ବିମଳ କୃଷ୍ଣ ମହାପାତ୍ର ଡବ୍ଲ୍ୟୁଇଓଙ୍କ ମଧ୍ୟରେ ଖୁଣ୍ଟାର ବାନାମ୍ବର ମଲିକ, କପ୍ତିପଦାର ସାଲମା ମାଝୀଙ୍କ ସମେତ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଆବାହକ କାଳୀଚରଣ ବେହେରା ଉପସ୍ଥିତ ଥିବା ବେଳେ ସାର୍ଦିକ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଧୁନିକ ଯୁଗରେ ବିଜ୍ଞାନର ଭୂମିକା ଓ ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କିତ ବିଜ୍ଞାନ ଭିତ୍ତିକ ପ୍ରକଳ୍ପମାନ ସ୍ଥାନ ପାଇଥିଲା। ପରିଦର୍ଶକ ମାନଙ୍କ ମଧ୍ୟରେ ଉଦଳା କଲେଜର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. ଆଲୋକ ରଞ୍ଜନ ପ୍ରଧାନ, ପଦାର୍ଥ ବିଜ୍ଞାନର ଏସୋସିଏଟ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଓ ପ୍ରାଣୀ ବିଜ୍ଞାନର ଅଧ୍ୟାପକ ସୌମ୍ୟରଞ୍ଜନ ସିଂ ପ୍ରକଳ୍ପ ପରିଦର୍ଶନ କରିବା ସହିତ ସେଗୁଡିକର ମୂକଲ୍ୟାଙ୍କନ କରିଥିଲେ। ଶିକ୍ଷକ ମାନଙ୍କ ମଧ୍ୟରେ ଭାବାନୀ ଶଙ୍କର ବେହେରା, ଶେଷ ଦେବ ପାତ୍ର, ଶରତ ରଥ ଓ ଅନ୍ୟ ମାନେ ସହାୟାତ କରିଥିଲା ବେଳେ ବସନ୍ତ ବେହେର ଧନ୍ୟବାଦ ଦେଇଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories