ବାଇକ ଉପରେ ଚଢ଼ିଗଲା ଟ୍ରକ, ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଖୋର୍ଦ୍ଧା: ଜଟଣୀ ହରିଭାଇନା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଆଜି ଏକ ବାଇକ ଉପରେ ଗୋଟିଏ ଟ୍ରକ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୃତକଙ୍କ ପରିଚୟ ମିଳିଛି। ମୃତକଙ୍କ ଘର ରଣପୁରରେ ଏବଂ ତାଙ୍କ ନାମ ଅରୁଣ ନାହାକ ବୋଲି ଜଣାପଡ଼ିଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଗୁରୁତର ଆହତ ହୋଇଥିବା ଅରୁଣଙ୍କ ସ୍ତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି।

Comments are closed.