www.samajalive.in
Monday, December 15, 2025
24.1 C
Bhubaneswar

ଖଲିସ୍ତାନୀ ଆତଙ୍କବାଦୀମାନେ କାନାଡ଼ା ଗୁଇନ୍ଦା ସଂସ୍ଥାର ବଡ଼ ସମ୍ପତ୍ତି: ସଞ୍ଜୟ ବର୍ମା

ସମାଜ ଡିଜିଟାଲ ଡେସ୍କ: ଭାରତ ସହିତ କାନାଡ଼ାର ସମ୍ପର୍କ ଖରାପ ହେବା ପଛରେ ଦାୟୀ ହେଉଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଖଲିସ୍ତାନୀ ଆତଙ୍କବାଦୀମାନେ କାନାଡ଼ା ଗୁଇନ୍ଦା ବିଭାଗର ବଡ଼ ସମ୍ପତ୍ତି। ସେମାନେ କାନାଡ଼ା ଗୁଇନ୍ଦା ସଂସ୍ଥା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି କାନାଡ଼ାରେ ଅବସ୍ଥାପିତ ଭାରତୀୟ ଉଚ୍ଚ ଆୟୁକ୍ତ ସଞ୍ଜୟ ବର୍ମା। ଦୁଇଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବାରୁ ଭାରତ ସରକାର ବର୍ମାଙ୍କ ସମେତ ଅନ୍ୟ ରାଷ୍ଟ୍ରଦୂତମାନଙ୍କୁ କାନାଡ଼ାରୁ ଫେରାଇ ଆଣିବା ପରେ ବର୍ମା ଏହା କହିଛନ୍ତି।

ବର୍ମା କହିଛନ୍ତି, କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ସର୍ବଦା ଉତ୍ସାହିତ କରାଯାଏ। ଏହା ମୁଁ ଅଭିଯୋଗ କରୁଛି। ସେମାନଙ୍କ ମଧ୍ୟରୁ ଅନେକ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀ କାନାଡ଼ା ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ(ସିଏସଆଇଏସ)ର ବଡ଼ ସମ୍ପତ୍ତି। ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜାର ହତ୍ୟା ପଛରେ ବର୍ମା ସମ୍ପୃକ୍ତ ଥିବା ନେଇ କାନାଡ଼ା ଅଭିଯୋଗ ଆଣିବା ପରେ ସେ ଏହା କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories