www.samajalive.in
Saturday, December 6, 2025
14.1 C
Bhubaneswar

‘ଜିରୋ’ ସହ ମୁକ୍ତିଲାଭ ହୋଇଥିବା ‘କେଜିଏଫ୍‍’ ଚଢିଚାଲିଛି ସଫଳତାର ପାହାଚ

ମୁମ୍ବଇ : ଶାହାରୁଖଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜିରୋ’ ସହ ମୁକ୍ତିଲାଭ କରିଥିବା କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ(କୋଲାର ଗୋଲ୍ଡ ଫିଲ୍ଡ)-ଚ୍ୟାପଟର୍‍ ୧’ର ହିନ୍ଦୀ ଭର୍ସନ ବକ୍ସ ଅଫିସରେ ସଫଳତାର ଗୋଟିଏ ପରେ ଗୋଟିଏ ପାହଚ ଚଢିବାରେ ଲାଗିଛି। ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ୟଶ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କନ୍ନଡ଼ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ରକୁୁ ତାମିଲ, ତେଲୁଗୁ, ମାଲାୟଲମ ଓ ହିନ୍ଦୀ ଭାଷାରେ ୨୧ ଡିସେମ୍ବରରେ ମୁକ୍ତିଲାଭ କରାଯାଇଛି। ଚଳଚ୍ଚିତ୍ରର ହିନ୍ଦୀ ଭର୍ସନ ପ୍ରଥମ ତିନି ଦିନରେ ୯କୋଟି ୨୦ଲକ୍ଷ ଟଙ୍କା ଆୟ କରିଛି। ସେହିପରି ରବିବାର ଚଳଚ୍ଚିତ୍ରର ହିନ୍ଦୀ ଭର୍ସନ ୪କୋଟି ୧୦ଲକ୍ଷ ଟଙ୍କା ଆୟ କରିଛି। ‘କେଜିଏଫ୍‍’ର ହିନ୍ଦୀ ଭର୍ସନ ପ୍ରଥମ ଦିନରେ ୨କୋଟି ୧୦ଲକ୍ଷ ଟଙ୍କା ଓ ଦ୍ୱିତୀୟ ଦିନରେ ୩କୋଟି ଟଙ୍କାର ଆୟ କରିଥିଲା। ଏହି ଚଳଚ୍ଚିତ୍ରର ହିନ୍ଦୀ ଭର୍ସନର ଦିନକୁ ଦିନ ବୃଦ୍ଧି ପାଉଥିବା ଆୟ ଓ ଶାହାରୁଖଙ୍କ ‘ଜିରୋ’ର ନୀରାଶ ଜନକ ଆୟକୁ ଦେଖି ସମ୍ପୂର୍ଣ୍ଣ ସିନେ-ଉଦ୍ୟୋଗ ଆଚମ୍ବିତ ହୋଇଯାଇଛନ୍ତି।

ପାଞ୍ଚଟି ଭାଷାରେ ୨୪୬୦ ପରଦାରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ କରିବା ପାଇଁ ୧୦୦୦ ଦିନ ସମୟ ଲାଗିଥିଲା। କାରଣ ଏହି ଚଳଚ୍ଚିତ୍ରକୁ ଦୁଇଟି ଭାଗରେ ନିର୍ମାଣ କରାଯାଇଛି। ଏହାର ଦ୍ୱିତୀୟ ଭାଗ ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରରେ ୟଶଙ୍କ ବ୍ୟତୀତ ଶ୍ରୀନିଧି ଶେଟ୍ଟୀ, ରାମ୍ୟା କୃଷ୍ଣ, ଅନନ୍ତ ନାଗ, ଜନ୍‍ କୋକ୍କେନ ଓ ଅଚ୍ୟୁଥ୍‍ ରାଓ ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର କାହାଣୀ ରକି ନାମକ ଏକ ଯୁବକ ଉପରେ ଆଧାରିତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories