www.samajalive.in
Tuesday, December 9, 2025
15.1 C
Bhubaneswar

ବକ୍ସ ଅଫିସରେ ‘କେଶରୀ’ର ଧମାଲ : ଆଇପିଏଲ୍‍ ଯୋଗୁଁ ଖସିଲା ଆୟ

ମୁମ୍ବଇ : ୨୧ ମାର୍ଚ୍ଚ ହୋଲି ଅବସରରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କେଶରୀ’ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ମାତ୍ର ଅନେକ ରେକର୍ଡ଼ ହାସଲ କରିଥିବା ଏହି ଚଳଚ୍ଚିତ୍ର ରବିବାର ଆଶାଠାରୁ କମ୍‍ ବ୍ୟବସାୟ କରିଛି। ଚଳଚ୍ଚିତ୍ରର ବ୍ୟବସାୟ ଉପରେ ଆଇପିଏଲର ପ୍ରଭାବ ପଡ଼ିଥିବା କୁହାଯାଉଛି। ରବିବାର ଚଳଚ୍ଚିତ୍ର ୨୪ କୋଟରୁ ଅଧିକ ଆୟ କରିବ ବୋଲି ଆଶା କରାଯାଉଥିଲେ ହେଁ ଏହା ୨୧.୫୧ କୋଟି ଆୟ କରିଛି। ଏହାସତ୍ତ୍ବେ ସପ୍ତାହେ ମଧ୍ୟରେ ଚଳଚ୍ଚିତ୍ର ୧୦୦ କୋଟି ପାର କରିବ ବୋଲି ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ କହିଛନ୍ତି।

ତରଣଙ୍କ କହିବା ଅନୁସାରେ, ରବିବାର ସୁଦ୍ଧା ଚଳଚ୍ଚିତ୍ର ଭାରତୀୟ ବଜାରରେ ୭୮.୦୭ କୋଟି ଟଙ୍କାର ବ୍ୟବସାୟ କରିଛି। ମୁକ୍ତିଲାଭର ପ୍ରଥମ ଦିନ ଅର୍ଥାତ୍‍ ଗୁରୁବାର ଚଳଚ୍ଚିତ୍ର ୨୧.୦୬ କୋଟି ଟଙ୍କା ଆୟ କରିଛି। ଯଦ୍ୱାରା ଏହା ଚଳିତ ବର୍ଷ ମୁକ୍ତିଲାଭର ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟଛି। ସେହିପରି ଶୁକ୍ରବାର ୧୬.୭୫ କୋଟି, ଶନିବାର ୧୮.୭୫ କୋଟି ଓ ରବିବାର ୨୧.୫୧ କୋଟି ଟଙ୍କା ଆୟ କରିଛି। ଚଳଚ୍ଚିତ୍ରରେ ପରିଣୀତିଙ୍କୁ ଅକ୍ଷୟଙ୍କ ବିପକ୍ଷ ନାୟିକା ଭାବେ ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories